ବ୍ୟାଚଲର ପାର୍ଟିରୁ ଶ୍ୱଶୁର ଘର ଯାଇଥିଲେ ସୌମ୍ୟ, ସାଥୀରେ ଥିଲେ ବିଦ୍ୟାଭାରତୀ

ଉଦଳା(ମାନସ ପାଣି): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଅଡୁଆ ସୂତାରେ ଗୋଡାଇ ହୋଇଯାଉଛି। ପ୍ରତି ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏ ସବୁ ଭିତରେ ଆଜି ସାମ୍ନାକୁ ଆସିଛନ୍ତି ଆଉ ଜଣେ ଗାଡ଼ି ଡ୍ରାଇଭର, ଯିଏ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଲାଙ୍ଗିର ବ୍ୟାଚଲର ପାର୍ଟିରୁ ମୟୂରଭଞ୍ଜର ଜିଲ୍ଲା ଉଦଳାକୁ ଆଣିଥିଲେ। ଅର୍ଥାତ ବ୍ୟାଚଲର ପାର୍ଟି ସରିବା ପରେ ସୌମ୍ୟରଞ୍ଜନ ଶ୍ୱଶୁର ଘର ଆସିଥିଲେ। ଶ୍ୱଶୁର […]

BidyaBharati-and-Soumaya

Manoranjan Sial
  • Published: Tuesday, 27 July 2021
  • , Updated: 27 July 2021, 06:50 PM IST

ଉଦଳା(ମାନସ ପାଣି): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଅଡୁଆ ସୂତାରେ ଗୋଡାଇ ହୋଇଯାଉଛି। ପ୍ରତି ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏ ସବୁ ଭିତରେ ଆଜି ସାମ୍ନାକୁ ଆସିଛନ୍ତି ଆଉ ଜଣେ ଗାଡ଼ି ଡ୍ରାଇଭର, ଯିଏ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଲାଙ୍ଗିର ବ୍ୟାଚଲର ପାର୍ଟିରୁ ମୟୂରଭଞ୍ଜର ଜିଲ୍ଲା ଉଦଳାକୁ ଆଣିଥିଲେ। ଅର୍ଥାତ ବ୍ୟାଚଲର ପାର୍ଟି ସରିବା ପରେ ସୌମ୍ୟରଞ୍ଜନ ଶ୍ୱଶୁର ଘର ଆସିଥିଲେ। ଶ୍ୱଶୁର ଘରେ ସୌମ୍ୟ ପ୍ରାୟ ୬ରୁ ୭ ଦିନ ରହିଥିଲେ।

ବଲାଙ୍ଗିରରେ ପାଠ ପଢ଼ୁଥିବା ବିଦ୍ୟାଭାରତୀ ଦେଇଥିଲେ ବ୍ୟାଚଲର ପାର୍ଟି। ସେଥିରେ ବିଦ୍ୟାଭାରତୀ ପଣ୍ଡାଙ୍କ ସମେତ ସୌମ୍ୟ ସାମିଲ୍‌ ହୋଇଥିଲେ। ସେମାନଙ୍କୁ ପାରଳାଖେମୁଣ୍ଡିରୁ ନେଇ ଯାଇଥିବା କାର୍‌ ଫେରି ଆସିଥିଲା। ବ୍ୟାଚଲର ପାର୍ଟି ସରିବା ପରେ ସେମାନଙ୍କୁ ଆଣିବା ପାଇଁ ଏପ୍ରିଲ୍‌ ୧୩ ତାରିଖରେ ଉଦଳାରୁ ଗୋଟିଏ କାର୍‌ ଯାଇଥିଲା। ସେହି କାର୍‌ରେ ବିଦ୍ୟାଭାରତୀଙ୍କ ବାପା ଓ ମାଆ ଯାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ସେହି କାର୍‌ରେ ଉଦଳାର ଗୌଡ଼ ଗାଁ (ସୌମ୍ୟଙ୍କ ଶ୍ୱଶୁର ଘର)କୁ ଫେରିଥିଲେ। ଗାଡ଼ିରେ ଫେରିବା ବେଳେ ସୌମ୍ୟ ଓ ବିଦ୍ୟାଙ୍କ ଭିତରେ ସେମିତି କିଛି ମତଭେଦ ଥିବା ଜଣାପଡ଼ୁନଥିଲା ବୋଲି ଗାଡ଼ି ଡ୍ରାଇଭର କାର୍ତ୍ତିକ ନାୟକ କହିଛନ୍ତି।

ବଲାଙ୍ଗିରରୁ ଫେରିବା ପରେ ଶ୍ୱଶୁର ଘରେ ୬ରୁ ୭ ଦିନ ରହିଥିଲେ ସୌମ୍ୟ। ୨୨ ତାରିଖ ସୁଦଶାବ୍ରତ ପୂର୍ବ ଦିନ ସୌମ୍ୟ ପାରଳାଖେମୁଣ୍ଡି ଫେରିଥିଲେ। ସାଥୀରେ ଥିଲେ ବିଦ୍ୟାଭାରତୀ। ସ୍ୱାମୀ-ସ୍ତ୍ରୀଙ୍କୁ ନିଜ କାର୍‌ରେ ପାରଳାଖେମୁଣ୍ଡିରେ ଛାଡ଼ିଥିଲେ କାର୍ତ୍ତିକ। କାର୍‌ରେ ଗଲା ବେଳେ ସୌମ୍ୟ ଓ ବିଦ୍ୟାଭାରତୀ ବେଶ୍‌ ଖୁସି ଥିଲେ ବୋଲି ଡ୍ରାଇଭର କାର୍ତ୍ତିକ କହିଛନ୍ତି।

ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ସରକାରୀ କ୍ୱାର୍ଟର୍ସ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ବିବାଦ ଘେରକୁ ଆସିଥିଲେ ବିଦ୍ୟାଭାରତୀ। ମାତ୍ର ପରବର୍ତ୍ତୀ ସମୟରେ ବିଦ୍ୟା ଅଭିଯୋଗକୁ ଖଣ୍ଡନ କରିଥିଲେ।

Related story