ଅଚ୍ୟୁତାନନ୍ଦଙ୍କ ପୀଠ ମହାକଳ୍ପବଟର ବିଷର୍ଣ୍ଣ ରୂପ, ଶ୍ରଦ୍ଧାଳୁ ମହଲରେ ଶଙ୍କା

ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଅସ୍ୱାଭାବିକ ଦୃଶ୍ୟ।  ମହାପୁରୁଷଙ୍କ ଗାଦି ସମ୍ମୁଖରେ ଥିବା ମହାକଳ୍ପବଟ ଅଦିନରେ ପତ୍ରଝ଼ଡ଼ା ଦେଇଛି। ଏବେ ବର୍ଷା ଋତୁରେ କଅଁଳ ଛନଛନିଆ ପତ୍ରରେ ଭରପୁର ହୋଇ ସବୁଜ ଦେଖାଯିବା ବଦଳରେ ଗଛଟି ସଂପୂର୍ଣ୍ଣ ପତ୍ରଝଡ଼ା ଦେଇ ବିବର୍ଣ୍ଣ ରୂପ ଧାରଣ କରିଛି। ମହାକଳ୍ପବଟର ଏ ବିଷର୍ଣ୍ଣ ରୂପକୁ ଦେଖି ଶ୍ରଦ୍ଧାଳଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ସଂବାଳୁଆ ପାଇଁ ଗଛ ପତ୍ରଝଡ଼ା ଦେଇଥିବା କହିବା […]

achuta

  • Published: Monday, 26 September 2022
  • , Updated: 27 September 2022, 03:08 PM IST

ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଅସ୍ୱାଭାବିକ ଦୃଶ୍ୟ।  ମହାପୁରୁଷଙ୍କ ଗାଦି ସମ୍ମୁଖରେ ଥିବା ମହାକଳ୍ପବଟ ଅଦିନରେ ପତ୍ରଝ଼ଡ଼ା ଦେଇଛି। ଏବେ ବର୍ଷା ଋତୁରେ କଅଁଳ ଛନଛନିଆ ପତ୍ରରେ ଭରପୁର ହୋଇ ସବୁଜ ଦେଖାଯିବା ବଦଳରେ ଗଛଟି ସଂପୂର୍ଣ୍ଣ ପତ୍ରଝଡ଼ା ଦେଇ ବିବର୍ଣ୍ଣ ରୂପ ଧାରଣ କରିଛି। ମହାକଳ୍ପବଟର ଏ ବିଷର୍ଣ୍ଣ ରୂପକୁ ଦେଖି ଶ୍ରଦ୍ଧାଳଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ସଂବାଳୁଆ ପାଇଁ ଗଛ ପତ୍ରଝଡ଼ା ଦେଇଥିବା କହିବା ସହ ଏହାର ଉପଚାର ଆରମ୍ଭ କରିଛି ଉଦ୍ୟାନ ବିଭାଗ।

ବର୍ଷ ତମାମ କଅଁଳ ଛନ ଛନିଆ ପତ୍ର ଗହଳରେ ସୁନ୍ଦର ଦିଶୁଥିବା ଏହି ବୃକ୍ଷ ଥୁଣ୍ଟା ଓ ଲଣ୍ଡା ଚେହେରା ଦେଖି ଶ୍ରଦ୍ଧାଳୁମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏ ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି ଶୁଣି ନଥିଲେ, ଏବେ ତାହା ହିଁ ଘଟିଛି। ୩/୪ ଦିନ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ ସମ୍ପୂର୍ଣ୍ଣ ପତ୍ରଶୂନ୍ୟ ହୋଇପଡ଼ିଛି। ଏପଟେ ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ପରେ ଏହାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା।

ଉଦ୍ୟାନ ବିଭାଗ ଅଧିକାରୀ ହେମନ୍ତ କୁମାର ସାମଲ କହିଛନ୍ତି, ଏହି ମହାକଳ୍ପର ଏଭଳି ଅବସ୍ଥା ପାଇଁ ଏକ ସଂବାଳୁଆ ପ୍ରଜାତିର ପୋକ ଦାୟୀ ବୋଲି କହିଛନ୍ତି ଉଦ୍ୟାନ ବିଭାଗର ଅଧିକାରୀ। ତେଣୁ ଏ ପୋକ ନିପାତ ଲାଗି ସ୍ଥାନୀୟ ପ୍ରଶାସନ ସହାୟତାରେ ଆରମ୍ଭ ହୋଇଛି ଉପଚାର। ଗତକାଲିଠୁ ଗଛରେ ଔଷଧ ସିଂଚନ ସହ ଶ୍ରଦ୍ଧାଳୁଙ୍କ ଆତଯାତ ଉପରେ ବାରଣ କରାଯାଇଛି। ମହାପୁରୁଷଙ୍କ ଗାଦିରେ କେବଳ ନୀତି ବ୍ୟତୀତ ପ୍ରସାଦ ବ୍ୟବସ୍ଥା ବି ବନ୍ଦ ରହିଛି। ପୋକ ବଂଶ ନାଶ ହେଲେ, ବରଗଛଟି ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବ ବୋଲି କିହଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଏକାଧିକ ବରଗଛ ଥିବା ବେଳେ କେବଳ ଗାଦି ସମ୍ମୁଖରେ ଥିବା ଏହି ମୁଖ୍ୟ ଗଛ କାହିଁକି ପତ୍ରଝ଼ଡ଼ା ଦେଲା ଅଚ୍ୟୁତାନନ୍ଦ ପୀଠର ମହନ୍ତ ଗଗନାନନ୍ଦଙ୍କ ମତରେ ଏହା ଆଦୌ ଶୁଭ ସୂଚନା ନୁହେଁ।

Related story