ପତ୍ନୀକୁ କେମିତି ଏସିଡ୍‌ ମାଡ଼ କରିଥିଲା ସ୍ୱାମୀ? ଦେଖନ୍ତୁ ଭିଡ଼ିଓ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଳଙ୍କିତ ହୋଇଛି ସ୍ୱାମୀ ଓ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ। ପାରିବାରିକ ଗଣ୍ଡଗୋଳକୁ ନେଇ ଜହ୍ଲାଦ ସ୍ୱାମୀ ସାତ ଜନମକୁ ହାତ ଧରିଥିବା ସ୍ତ୍ରୀ ଉପରକୁ ଏସିଡ୍‌ ମାଡ଼ କରିଥିଲା। ଏପରି ଘଟଣା ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଘଟିଥିଲା। ଏହା ଲାଇଭ ଭିଡିଓ ଏବେ ଓଡ଼ିଶା ରିପୋର୍ଟର ହାତରେ ଲାଗିଛି। ଯେଉଁଥିରେ ଯୁବକ ଜଣଙ୍କ ଛାତ୍ରୀଙ୍କ ପଛେପଛେ ଯାଇ ଏସିଡି ଫିଙ୍ଗୁଛନ୍ତି। ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଅନ୍ୟ ସହପାଠୀମାନେ ଏସିଡ୍‌ ମାଡ଼ରେ […]

acid attack in b.pur

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 11:07 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଳଙ୍କିତ ହୋଇଛି ସ୍ୱାମୀ ଓ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ। ପାରିବାରିକ ଗଣ୍ଡଗୋଳକୁ ନେଇ ଜହ୍ଲାଦ ସ୍ୱାମୀ ସାତ ଜନମକୁ ହାତ ଧରିଥିବା ସ୍ତ୍ରୀ ଉପରକୁ ଏସିଡ୍‌ ମାଡ଼ କରିଥିଲା। ଏପରି ଘଟଣା ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଘଟିଥିଲା। ଏହା ଲାଇଭ ଭିଡିଓ ଏବେ ଓଡ଼ିଶା ରିପୋର୍ଟର ହାତରେ ଲାଗିଛି। ଯେଉଁଥିରେ ଯୁବକ ଜଣଙ୍କ ଛାତ୍ରୀଙ୍କ ପଛେପଛେ ଯାଇ ଏସିଡି ଫିଙ୍ଗୁଛନ୍ତି। ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଅନ୍ୟ ସହପାଠୀମାନେ ଏସିଡ୍‌ ମାଡ଼ରେ ଆହତ ହୋଇଥିବା ଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ୨୦୧୭ ମସିହା ନଭେମ୍ବର ୧୬ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା।

ଦୀର୍ଘ ୫ ମାସ ପରେ ଏସିଡ୍‌ ମାଡ଼ କରିଥିବା ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ପ୍ରଧାନଙ୍କୁ ମୁମ୍ୱାଇରୁ ଗିରଫ କରାଯାଇଛି। ନାଁ ବଦଳାଇ ସେ ସେଠାରେ ଡେଲିଭରି ବୟ ଭାବେ କାମ କରୁଥିଲେ। ସୋସିଆଲ ମିଡ଼ିଆକୁ ଟ୍ରାକ୍‌ କରି ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ଆଣିଥିଲା। ଘଟଣାର ତଦନ୍ତ ପାଇଁ ଅଭିଯୁକ୍ତ ନିରଞ୍ଜନ ପ୍ରଧାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଆବେଦନ ମଧ୍ୟ କରିଛି।

Related story