ଭଦ୍ର ଲୋକ ହୋଇ ଆସିଥିଲେ, ଏସିଡ୍‌ ମାଡ଼ ଖାଇଲେ

ବରଗଡ଼ (ଦୀପକ ଶର୍ମା): ଦୁଇ ଭାଇଙ୍କ କଳି ସମାଧାନ କରିବା ପାଇଁ ଭଦ୍ର ଲୋକ ହୋଇଯାଇଥିଲେ। କଳି ସମାଧାନ କରୁଥିବା ବେଳେ ହେଲା ଏସିଡ ମାଡ଼। ଫଳରେ ତିନି ଭଦ୍ର ଲୋକଙ୍କ ସହ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ବରଗଡ଼ ସହରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବରଗଡ଼ ସହରର ନୂଆପଡା ସାହିର ପବନ ସୋନି ଓ ତାଙ୍କ […]

Baragarh

Manoranjan Sial
  • Published: Saturday, 11 December 2021
  • , Updated: 11 December 2021, 03:45 PM IST

ବରଗଡ଼ (ଦୀପକ ଶର୍ମା): ଦୁଇ ଭାଇଙ୍କ କଳି ସମାଧାନ କରିବା ପାଇଁ ଭଦ୍ର ଲୋକ ହୋଇଯାଇଥିଲେ। କଳି ସମାଧାନ କରୁଥିବା ବେଳେ ହେଲା ଏସିଡ ମାଡ଼। ଫଳରେ ତିନି ଭଦ୍ର ଲୋକଙ୍କ ସହ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ବରଗଡ଼ ସହରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବରଗଡ଼ ସହରର ନୂଆପଡା ସାହିର ପବନ ସୋନି ଓ ତାଙ୍କ ସାନ ଭାଇ ମନୋଜଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପବନ ଉତ୍‌କ୍ଷିପ୍ତ ହୋଇ ମନୋଜଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲା। ଫଳରେ ମନୋଜ ଗୁରୁତର ଆହତ ହୋଇଥିଲେ। ଏଥିସହ ଦୁଇ ଭାଇଙ୍କ ଗଣ୍ଡଗୋଳ ସମାଧାନ କରିବାକୁ ଆସିଥିବା ୩ ଜଣ ବ୍ୟକ୍ତି ମଧ୍ୟ ଏସିଡ୍‌ ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗୀତା ଦେବୀ, ଗୁଣ୍ଡୁ ଭୋଇ ଓ ପିଙ୍କୁ ଶର୍ମା।

ଏସିଡ୍‌ ମାଡ଼ରେ ଆହତ ହୋଇଥିବା ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବରଗଡ଼ ଟାଉନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଏସିଡ୍‌ ମାଡ଼ କରିଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।

Related story