ଏସିଡ୍‌ ଆକ୍ରାନ୍ତଙ୍କ ସହ ରାମ୍ପରେ ତାଳଦେଇ ଚାଲିଲେ ତିଷ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ ସମାଜ ଏମାନଙ୍କୁ ମୁହଁ ଲୁଚାଇବାକୁ ବାଧ୍ୟ କରିଥିଲା। ଏବେ ସେହି ସମାଜକୁ ସମ୍ନା କରିବାକୁ ଏମାନେ ଆଗେଇ ଆସିଛନ୍ତି। ସହାନୁଭୂତିର ସହ ବଞ୍ଚିବା ଛାଡ଼ି ସଂଘର୍ଷର ରାସ୍ତା ଆପଣାଇଛନ୍ତି। କଳା ଏସିଡ୍‌ର କଳଙ୍କିତ ଇତିହାସ ଯେମିତି ଲୁଚି ଯାଉଥିଲା ଝିଲ୍‌ମିଲ୍‌ ଆଲୁଅର ଭିଡ଼ ଭିତରେ ରାମ୍ପ ଶୋ’ରେ କ୍ୟାଟ୍‌ୱାକ। ପ୍ରତି ତାଳରେ ବାଜୁଥିଲା ତାଳି। କେତେବେଳେ ସେମାନଙ୍କ ସହାସ ପାଇଁ ତ, ପୁଣି କେତେବେଳେ ସେହି ତାଳି ହିଁ ପରିହାସ କରୁଥିଲା […]

acid

Rakesh Mallick
  • Published: Tuesday, 14 November 2017
  • , Updated: 14 November 2017, 11:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ ସମାଜ ଏମାନଙ୍କୁ ମୁହଁ ଲୁଚାଇବାକୁ ବାଧ୍ୟ କରିଥିଲା। ଏବେ ସେହି ସମାଜକୁ ସମ୍ନା କରିବାକୁ ଏମାନେ ଆଗେଇ ଆସିଛନ୍ତି। ସହାନୁଭୂତିର ସହ ବଞ୍ଚିବା ଛାଡ଼ି ସଂଘର୍ଷର ରାସ୍ତା ଆପଣାଇଛନ୍ତି। କଳା ଏସିଡ୍‌ର କଳଙ୍କିତ ଇତିହାସ ଯେମିତି ଲୁଚି ଯାଉଥିଲା ଝିଲ୍‌ମିଲ୍‌ ଆଲୁଅର ଭିଡ଼ ଭିତରେ ରାମ୍ପ ଶୋ’ରେ କ୍ୟାଟ୍‌ୱାକ। ପ୍ରତି ତାଳରେ ବାଜୁଥିଲା ତାଳି। କେତେବେଳେ ସେମାନଙ୍କ ସହାସ ପାଇଁ ତ, ପୁଣି କେତେବେଳେ ସେହି ତାଳି ହିଁ ପରିହାସ କରୁଥିଲା ସେହି ଖଳ ନାୟମାନଙ୍କୁ। ଯେଉଁମାନେ ଏସିଡ୍‌ ଫିଙ୍ଗି ଏହି ଯୁବତୀଙ୍କ ଜୀବନ ସହ ଖେଳିଥିଲେ କୃର ଖେଳ। ସାମାଜିକ ଛି, ଛାକରକୁ ପିଠି କରି ଏମାନେ ଆସିଛନ୍ତି ସମାଜକୁ। ସମ୍ମାନର ସହ ବଞ୍ଚିବାକୁ ଲୁଢ଼ୁଛନ୍ତି ସମୟ ସହ।

ଏସିଡ୍‌ ଆକ୍ରାଣରେ ଶିକାର ହୋଇଥିବା ପୀଡ଼ିତା ଓ ଅଧାରୁ ପାଠ ଛାଡ଼ୁଥିବା ଯୁବତୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଜି ଭୁବନେଶ୍ୱରରେ ଏକ ରାମ୍ପ ଶୋ’ ହୋଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ତିଷ୍କା ଚୋପ୍ରାଙ୍କ ସହିତ ନାମୀଦାମୀ ମଡେଲ ଭାଗ ନେଇଥିଲେ। ଝିଲ୍‌ମିଲ୍‌ଆଲୁଅର ତାଳେ ତାଳେ ଏସିଡ୍‌ ପୀଡ଼ିତାମାନେ ମଡେଲଙ୍କ ସହିତ ତାଳ ମିଳାଇ ରାମ୍ପରେ ଚାଲିଥିଲେ।

Related story