ଲୁଗା ଦୋକାନରେ ଆଇଆଇସିଙ୍କ ଦାଦାଗିରି; ରାତାରାତି ବଦଳି

ଭଦ୍ରକ(ପାର୍ଥ ସାରଥୀ ନାୟକ ): ଗତକାଲି ସନ୍ଧ୍ୟାରେ ଭଦ୍ରକ ପୁରୁଣା ବଜାର ଆଇଆଇସି ପ୍ରଜ୍ଞା ମହାନ୍ତି ଏକ ଲୁଗା ଦୋକାନରୁ ଲୁଗାପଟା ଫିଙ୍ଗା ଫୋପଡ଼ା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ଏସ୍‌ପି ଓ ଆଇଜି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣା ପରେ ଗତକାଲି ରାତିରେ ହିଁ ଆଇଆଇସିଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନା […]

bdhk-1..1

bdhk-1..1

Niharika Rout
  • Published: Tuesday, 17 September 2019
  • Updated: 17 September 2019, 08:47 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ ): ଗତକାଲି ସନ୍ଧ୍ୟାରେ ଭଦ୍ରକ ପୁରୁଣା ବଜାର ଆଇଆଇସି ପ୍ରଜ୍ଞା ମହାନ୍ତି ଏକ ଲୁଗା ଦୋକାନରୁ ଲୁଗାପଟା ଫିଙ୍ଗା ଫୋପଡ଼ା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ଏସ୍‌ପି ଓ ଆଇଜି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣା ପରେ ଗତକାଲି ରାତିରେ ହିଁ ଆଇଆଇସିଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଆଇଆଇସି ପୁରୁଣା ବଜାର ଦେଇ ଦେଇ ଯାଉଥିବା ବେଳେ ଉକ୍ତ ଲୁଗା ଦୋକାନ ସମ୍ମୁଖରେ ଅଟକି ଥିଲେ।  ଦୋକାନ ବାହାରେ କାହିଁକି ଜିନିଷ ରଖାଯାଇଛି ବୋଲି ଦୋକାନୀଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ତାଙ୍କୁ ଧମକ ଦେବା ସହ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିଥିଲେ। ସ୍ଥାନୀୟ ଲୋକେ ଆଇଆଇସିଙ୍କ ଏପରି କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ିକୁ ଘେରିଯିବାରୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ଲାଠିଚାର୍ଜ କରିଥିଲା।

ଖବର ପାଇ ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ୍‌ ଓ ପୂର୍ବାଞ୍ଚଳ ଆଇଜି ଦୀତେଶ ପଟ୍ଟନାୟକ ପହଞ୍ଚି ଲୋକଙ୍କୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଆଇଆଇସିଙ୍କ ବିରୋଧରେ ଲୋକେ ଅଭିଯୋଗ କରିଥିବା ବେଳେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଇଜି କହିଥିଲେ। ଏହାସହ ରାତି ସୁଦ୍ଧା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତେଜନା ଥମିଥିଲା। ଏହାପରେ  ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ରତିକାନ୍ତ ଗିରିଙ୍କୁ ନିଯୁକ୍ତି ଦିଆଯାଇଛି।  ଏହାପୂର୍ବରୁ ରତିକାନ୍ତ ବାସୁଦେବପୁର ବ୍ଲକ୍‌ ନାୟକାଣିଡ଼ିହି ଥାନାରେ କାର୍ଯ୍ୟରତ ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos