ବିଏସ୍‌କେୱାଇ ଅନିୟମିତତା: ସାଉଥ୍ ପଏଣ୍ଟ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ସାଉଥପଏଂଟ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ଅନିୟମିତତାର ଅଭିଯୋଗ ହେବା ପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଏହି ହସ୍ପିଟାଲକୁ ତତ୍କାଳ ପ୍ରଭାବରୁ ବାଦ୍ ଦିଆଯିବା ସହ ସେଠାରେ ମୁତୟନ ସ୍ୱାସ୍ଥ୍ୟ ମିତ୍ରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ବିଏସକେୱାଇ ଅନିୟମିତତା ଅଭିଯୋଗ ଆସିବା ପରେ […]

South-Point-Hospital

Ordigital Desk
  • Published: Friday, 13 January 2023
  • , Updated: 13 January 2023, 08:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ସାଉଥପଏଂଟ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ଅନିୟମିତତାର ଅଭିଯୋଗ ହେବା ପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଏହି ହସ୍ପିଟାଲକୁ ତତ୍କାଳ ପ୍ରଭାବରୁ ବାଦ୍ ଦିଆଯିବା ସହ ସେଠାରେ ମୁତୟନ ସ୍ୱାସ୍ଥ୍ୟ ମିତ୍ରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ବିଏସକେୱାଇ ଅନିୟମିତତା ଅଭିଯୋଗ ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ସମ୍ପୃକ୍ତ ହସ୍ପିଟାଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହସ୍ପିଟାଲକୁ ବିଏସକେୱାଇ ଯୋଜନାରୁ ବାଦ୍ ଦିଆଯିବା ସହ ସେଠାରେ ମୁତୟନ ସ୍ୱାସ୍ଥ୍ୟମିତ୍ରଙ୍କୁ କାର୍ଯ୍ୟରୁ ବିଦା କରାଯାଇଛି। ବିଏସକେୱାଇ ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ବିଏସକେୱାଇ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ କିମ୍ବା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରି ସେମାନଙ୍କର ଚିକିତ୍ସା ସେବାକୁ ଜାରି ରଖିବାକୁ କୁହାଯାଇଛି ।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସୋସାଇଟିର ଡାକ୍ତରମାନଙ୍କ ଏକ କମିଟି ଦ୍ୱାରା ସେହି ହସ୍ପିଟାଲ ଦ୍ୱାରା ପୂର୍ବରୁ ଦାବି କରାଯାଇଥିବା ବିଲଗୁଡ଼ିକର ଯାଂଚ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସାଉଥ ପଏଂଟ ହସ୍ପିଟାଲରେ ପୂର୍ବରୁ ଚିକିତ୍ସିତ ହୋଇଥିବା ରୋଗୀମାନଙ୍କ ନିକଟକୁ ଫୋନ୍ କରି ସେମାନଙ୍କଠୁ ଏଭଳି ଅତୀତରେ ହୋଇଥିବା ଜାଲିଆତି ସମ୍ପର୍କରେ ମତାମତ ସଂଗ୍ରହ କରାଯାଉଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।

ସୂଚନାଯୋଗ୍ୟ, ବିଏସକେୱାଇ କାର୍ଡ ନବୀକରଣ ନାଁରେ ସାଉଥ ପଏଂଟ ହସ୍ପିଟାଲରେ ହିତାଧିକାରୀମାନଙ୍କୁ ଠକାମିର ଶିକାର ହେବାକୁ ପଡ଼ୁଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି କିଛି ଅସାଧୁ କର୍ମଚାରୀ ଓ ବ୍ୟକ୍ତିଙ୍କୁ ଏଥିପାଇଁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

Related story