ପପୁ ଅସୁସ୍ଥ; ଦିଲ୍ଲୀ ନିଆଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର କମେଡି କିଙ୍ଗ ପପୁ ପମ୍‌ପମ୍‌ ଅସୁସ୍ଥ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ତିନି ଦିନ ହେଲାଣି ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ପାନକ୍ରିୟାସ (ଅଗ୍ନ୍ୟାଶୟ) ଜନିତ ସମସ୍ୟା ଦେଖାଯାଇଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସକୁ ନିଆଯିବାକୁ ବ୍ୟବସ୍ଥା ହେଉଛି।  ଆସନ୍ତାକାଲି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ତିନି […]

pappu

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଜଗତର କମେଡି କିଙ୍ଗ ପପୁ ପମ୍‌ପମ୍‌ ଅସୁସ୍ଥ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ତିନି ଦିନ ହେଲାଣି ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ପାନକ୍ରିୟାସ (ଅଗ୍ନ୍ୟାଶୟ) ଜନିତ ସମସ୍ୟା ଦେଖାଯାଇଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସକୁ ନିଆଯିବାକୁ ବ୍ୟବସ୍ଥା ହେଉଛି।  ଆସନ୍ତାକାଲି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତିନି ଦିନ ତଳେ ସୁଟିଂ ସେଟ୍‌ରୁ ଫେରିବା ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ସୁଟିଂ ବେଳେ ବ୍ୟସ୍ତତା ଯୋଗୁଁ ପପୁ ସେଦିନ ମଧ୍ୟାହ୍ନ ଭୋଜନ କରିପାରି ନ ଥିଲେ। ସୁଟିଂ ଶେଷ ପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ହଠାତ୍‌ ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପପୁ ଅସୁସ୍ଥ ଥିବା ନେଇ ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଥିଲା।  ଫଟୋରେ ପପୁଙ୍କ ମୁହଁରେ ଅକ୍ସିଜେନ୍ ଲାଗିଥିବା ଦୃଶ୍ୟମାନ ହେଉଛି। ଏଥିସହ ପପୁଙ୍କ ସ୍ୱାସ୍ଥ୍ୟର ତୁରନ୍ତ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା ଲାଗି ନିବେଦନ କରାଯାଇଛି।

 

Related story