ନ୍ୟାୟ ପାଇଁ ଅନଶନରେ ବସିଲେ ସିମ୍‌ରନଙ୍କ ବାପା ଓ ମାଆ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ପୁରା ମାମଲାରେ ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଛନ୍ତି ସିମରନଙ୍କ ପରିବାର ଲୋକେ। ଆଜି ସେମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରଖିବେ ବୋଲି ସିମ୍‌ରନଙ୍କ ବାପା ଓ ମାଆ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାପୂର୍ବରୁ ଜିଲ୍ଲପାଳଙ୍କୁ ଭେଟି ମାମଲାରେ ସିବିଆଇ […]

sim-2

Manoranjan Sial
  • Published: Saturday, 02 February 2019
  • , Updated: 02 February 2019, 09:01 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ପୁରା ମାମଲାରେ ସିବିଆଇ ତଦନ୍ତ ଦାବିରେ ଧାରଣାରେ ବସିଛନ୍ତି ସିମରନଙ୍କ ପରିବାର ଲୋକେ। ଆଜି ସେମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ନ୍ୟାୟ ନମିଳିବା ଯାଏ ଅନଶନ ଜାରି ରଖିବେ ବୋଲି ସିମ୍‌ରନଙ୍କ ବାପା ଓ ମାଆ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାପୂର୍ବରୁ ଜିଲ୍ଲପାଳଙ୍କୁ ଭେଟି ମାମଲାରେ ସିବିଆଇ ତଦନ୍ତ ଦାବି କରିଥିଲେ ସିମରନଙ୍କ ପରିବାର।

ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍‌ରନ୍‌ ଓ ସେ ଜଣେ ଆଲ୍‌ବମ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଧୃବରାଜ ସୁନାଙ୍କୁ ଗିରଫ କରିଥିଲା।

Related story