ପୁରୀ(ଓଡ଼ିଶା ରିପୋର୍ଟର)ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହେଉଥିବା ସବୁଜିମା ଫେରାଇ ଆଣିବାକୁ ପ୍ରୟାସ । ଏଥିପାଇଁ ଅଣ୍ଟା ଭିଡିଛି ପୁରୀର ସ୍ୱେଚ୍ଛାସେବୀ ସଂଗଠନ ପ୍ରେରଣା । ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ୨୦୩୫ ସୁଦ୍ଧା ଓଡିଶାକୁ ଗ୍ରୀନ କ୍ୟାପିଟାଲରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ଅନୁଷ୍ଠାନ। ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରିଛି ବିଶ୍ୱ ସବୁଜ ଯୁଦ୍ଧ ଯାତ୍ରା । ଏହି କାଯର୍ୟକ୍ରମରେ ରାଜନେତା, ଅଭିନେତା, ସମାଜସେବୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ତେବେ ଏଥିରେ ସାମିଲ ହୋଇଥିବା ପ୍ରତ୍ୟେକ ସ୍ୱେଚ୍ଛାସେବୀ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବେ ଏବଂ ବିଶ୍ୱ ପ୍ରଦୂଷଣ ରୋକିବାରେ ସାମିଲ ହେବେ ବୋଲି ଶପଥ ନେଇଛନ୍ତି ।
https://youtu.be/ZVeuNcA5Dbc