୧୦୧୯ କୋଟିରେ ଓପିଜିସିର ୪୯% ଶେୟାର ନେଲା ଅଦାନୀ ପାୱାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିଃ(ଓପିଜିସି)ର ୪୯% ଶେୟାରକୁ  ପ୍ରାୟ ୧୦୧୯ କୋଟି ଟଙ୍କାରେ ଅଦାନୀ ପାୱାର ଅଧିଗ୍ରହଣ କରିବା ପ୍ରସ୍ତାବକୁ କମ୍ପିଟେସନ୍ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ଆଜି ଅନୁମୋଦନ କରିଛନ୍ତି। ଏକ ଟ୍ୱିଟ୍ ମାଧ୍ୟମରେ ସିସିଆଇ ଏହି ସୂଚନା ଦେଇଛନ୍ତି। ଗତ ଜୁନ୍ ମାସରେ ଓପିଜିସିରେ ଥିବା ଆମେରିକୀୟ କମ୍ପାନୀ ଏଇଏସ୍ କର୍ପୋରେସନର ୪୯ ପ୍ରତିଶତ ଅଂଶଧନକୁ ୧୩୫ ମିଲିୟନ ଆମେରିକୀୟ ଡଲାର( ପ୍ରାୟ ୧୦୧୯କୋଟି ଟଙ୍କା) ଅଧିଗ୍ରହଣ କରିବା ନେଇ ଅଦାନୀ […]

gautamadani

Tapas Behera
  • Published: Thursday, 30 July 2020
  • , Updated: 30 July 2020, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିଃ(ଓପିଜିସି)ର ୪୯% ଶେୟାରକୁ  ପ୍ରାୟ ୧୦୧୯ କୋଟି ଟଙ୍କାରେ ଅଦାନୀ ପାୱାର ଅଧିଗ୍ରହଣ କରିବା ପ୍ରସ୍ତାବକୁ କମ୍ପିଟେସନ୍ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ଆଜି ଅନୁମୋଦନ କରିଛନ୍ତି। ଏକ ଟ୍ୱିଟ୍ ମାଧ୍ୟମରେ ସିସିଆଇ ଏହି ସୂଚନା ଦେଇଛନ୍ତି।
ଗତ ଜୁନ୍ ମାସରେ ଓପିଜିସିରେ ଥିବା ଆମେରିକୀୟ କମ୍ପାନୀ ଏଇଏସ୍ କର୍ପୋରେସନର ୪୯ ପ୍ରତିଶତ ଅଂଶଧନକୁ ୧୩୫ ମିଲିୟନ ଆମେରିକୀୟ ଡଲାର( ପ୍ରାୟ ୧୦୧୯କୋଟି ଟଙ୍କା) ଅଧିଗ୍ରହଣ କରିବା ନେଇ ଅଦାନୀ ପାୱାର ଘୋଷଣା କରିଥିଲା। ଝାରସୁଗୁଡ଼ା ଜିଳ୍ଲାର ବଅରପାଲ୍ଲୀସ୍ଥିତ ଓପିଜିସିର ୧୭୪୦ ମେଗାୱାଟ ବିଶିଷ୍ଟ ତାପଜ ପାୱାର ପ୍ଲାଣ୍ଟ ରହିଛି। ଓପିଜିସିରେ ଓଡ଼ିଶା ସରକାରଙ୍କ ୫୧ ପ୍ରତିଶତ ଅଂଶଧନ ରହିଛି। ଏହି ପ୍ରସ୍ତାବିତ ଅଧଗ୍ରହଣ ସମ୍ପର୍କିତ ସିସିଆଇଙ୍କ ବିସ୍ତୃତ ନିର୍ଦ୍ଦେଶ ପରବର୍ତ୍ତୀ କାଳରେ ଜାରି କରାଯିବ।

Related story