ମହାପ୍ରଭୁଙ୍କ ଆଡପ ଅବଢ଼ା ଖାଇ ଶ୍ରଦ୍ଧାଳୁ ବିମୁଗ୍ଧ

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ବର୍ଷ ପରେ ମହାପ୍ରଭୁ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କ ସ୍ୱଚକ୍ଷୁରେ ଦର୍ଶନ କୃତାର୍ଥ ହୋଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଆଡପ ଅବଢ଼ା ଖାଇ ବିମୁଗ୍ଧ ହୋଇଛନ୍ତି। ଆଜି ସକାଳ ୬ଟା ୧୫ ମିନିଟରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଦତ୍ତମହାପାତ୍ରଙ୍କ ଦ୍ୱାରା  ଅଧର ପୋଛା ନୀତି ସରିବା ପରେ ହଜାର ହଜାର ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପକୁ […]

puri

Manoranjan Sial
  • Published: Sunday, 03 July 2022
  • , Updated: 03 July 2022, 04:23 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ବର୍ଷ ପରେ ମହାପ୍ରଭୁ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କ ସ୍ୱଚକ୍ଷୁରେ ଦର୍ଶନ କୃତାର୍ଥ ହୋଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ଆଡପ ଅବଢ଼ା ଖାଇ ବିମୁଗ୍ଧ ହୋଇଛନ୍ତି।

ଆଜି ସକାଳ ୬ଟା ୧୫ ମିନିଟରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଦତ୍ତମହାପାତ୍ରଙ୍କ ଦ୍ୱାରା  ଅଧର ପୋଛା ନୀତି ସରିବା ପରେ ହଜାର ହଜାର ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ସାନିଧ୍ୟ ନେଇଥିଲେ। ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ଓ ଭୋଗମଣ୍ଡପ ଉଠିଥିଲା। ପରେ ଆଡପ ମହାପ୍ରସାଦ ଆନନ୍ଦବଜାରକୁ ଆସିଥିଲା। ଶ୍ରଦ୍ଧାଳୁମାନେ ଏଠାରୁ ଆଡ଼ପ ଅବଢ଼ା ଖାଇ ନିଜକୁ ଧନ୍ୟ ମଣିଥିଲେ।

ସେପଟେ ଶନିବାର ରାତି ୯ଟା ପୂର୍ବରୁ ରଥାରୁଢ ଶ୍ରୀଜୀୟୁମାନେ ଆଡପମଣ୍ଡପକୁ ବିଜେ କରିଥିଲେ।ନବଯୌବନ ଦର୍ଶନଠାରୁ ନୀତି ବେଶ ପର୍ଯ୍ୟନ୍ତ ସବୁକିଛି ସଅଳ ହୋଇଥିଲା। ଯେଉଁଥିପାଇଁ ରଥଯାତ୍ରା ଓ ଆଡପମଣ୍ଡପ ପହଣ୍ଡି ନୀତିରେ ପ୍ରତିଫଳିତ ହୋଇଥିଲା।

Related story