ଅଧର ପଣା ନୀତି ସଂପନ୍ନ, ଗୁରୁବାର ନୀଳାଦ୍ରି ବିଜେ

ପୁରୀ: ଗତକାଲି ତିନିରଥରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି। ଏହି ଅଧରପଣା ବିଧିବିଧାନର ସାନିଦ୍ଧ ନେବା ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଭକ୍ତଙ୍କର ଭିଡ ଲାଗିଥିଲା।ବଡଠାକୁର ବଳଭ୍ରଦ, ଦେବୀ ସୁଭଦ୍ରା, କାଳିଆ ଠାକୁରଙ୍କ ଅଧର ବା ପାଟି ପର୍ଯ୍ୟନ୍ତ କୁମ୍ଭ ଆକୃତି ମାଟି ହାଣ୍ଡିରେ ଖୀର, ଛାଚି, ସର, କଦଳୀ, ଛେନା, ଗୋଲମରିଚ, ଜାଇଫଳ, କପୂର୍ର ମିଶ୍ରତ ପଣାକୁ ପଞ୍ଚଉପାଚାର ପୂଜା କରାଯାଇଥିଲା। ତା’ପରେ ରଥଉପରେ ଭାଙ୍ଗିଦିଆଯାଇଥିଲା ଏହି ମାଟି ହାଣ୍ଡିକୁ। ଏହି ଅଧରପଣାକୁ ପାଇବା […]

adhara

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 07:51 AM IST

ପୁରୀ: ଗତକାଲି ତିନିରଥରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି। ଏହି ଅଧରପଣା ବିଧିବିଧାନର ସାନିଦ୍ଧ ନେବା ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଭକ୍ତଙ୍କର ଭିଡ ଲାଗିଥିଲା।ବଡଠାକୁର ବଳଭ୍ରଦ, ଦେବୀ ସୁଭଦ୍ରା, କାଳିଆ ଠାକୁରଙ୍କ ଅଧର ବା ପାଟି ପର୍ଯ୍ୟନ୍ତ କୁମ୍ଭ ଆକୃତି ମାଟି ହାଣ୍ଡିରେ ଖୀର, ଛାଚି, ସର, କଦଳୀ, ଛେନା, ଗୋଲମରିଚ, ଜାଇଫଳ, କପୂର୍ର ମିଶ୍ରତ ପଣାକୁ ପଞ୍ଚଉପାଚାର ପୂଜା କରାଯାଇଥିଲା। ତା’ପରେ ରଥଉପରେ ଭାଙ୍ଗିଦିଆଯାଇଥିଲା ଏହି ମାଟି ହାଣ୍ଡିକୁ। ଏହି ଅଧରପଣାକୁ ପାଇବା ପାଇଁ ୩୩କୋଟି ଦେବଦେବୀ ଅପେକ୍ଷା କରିଥାନ୍ତି। ଅଧରପଣା ନୀତି ସରିବା ପରେ ଏବେ ଅପେକ୍ଷା କେତେବେଳେ ନୀଳକନ୍ଦରକୁ ବାହୁଡ଼ିବେ ଚତୁଦ୍ଧାମୂର୍ତ୍ତି। ଆସନ୍ତାକାଲି ଠାକୁରମାନଙ୍କୁ ପହଣ୍ଡି କରାଯାଇ ଶ୍ରୀମନ୍ଦିର ନିଆଯିବ।

Related story