ବିଦ୍ୟାଶ୍ରୀଙ୍କ ନାମରେ ହେଉଥିବା ଚର୍ଚ୍ଚା ଉପରେ କ’ଣ କହିଲେ ଆଦିତ୍ୟଙ୍କ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କ ବାପାଙ୍କୁ ପଚରାଉଚରା କରାଯାଇଛି। ତେବେ ଏ ସମ୍ପର୍କରେ ଆଦିତ୍ୟଙ୍କ ବାପା ଓଟିଭିକୁ କହିଛନ୍ତି ଯେ, ଆଦିତ୍ୟ ଆତ୍ମହତ୍ୟାକୁ ଘୃଣା କରେ। ସେ ତ’ ଏମିତି କେତେ ଭିଡିଓ ଛାଡ଼ଛି। ତା ଭିଡିଓ ଦେଖିକି ଯିଏ ଆତ୍ମହତ୍ୟା କରିବାକୁ ଯାଉଥିବ ସେ ଫେରି ଆସିବ। କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କଲାଣି । ଖୁବ୍‌ଶୀଗ୍ର ଅଭିଯୁକ୍ତ […]

790

Tapas Behera
  • Published: Saturday, 01 August 2020
  • , Updated: 24 August 2020, 05:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କ ବାପାଙ୍କୁ ପଚରାଉଚରା କରାଯାଇଛି। ତେବେ ଏ ସମ୍ପର୍କରେ ଆଦିତ୍ୟଙ୍କ ବାପା ଓଟିଭିକୁ କହିଛନ୍ତି ଯେ, ଆଦିତ୍ୟ ଆତ୍ମହତ୍ୟାକୁ ଘୃଣା କରେ। ସେ ତ’ ଏମିତି କେତେ ଭିଡିଓ ଛାଡ଼ଛି। ତା ଭିଡିଓ ଦେଖିକି ଯିଏ ଆତ୍ମହତ୍ୟା କରିବାକୁ ଯାଉଥିବ ସେ ଫେରି ଆସିବ। କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କଲାଣି । ଖୁବ୍‌ଶୀଗ୍ର ଅଭିଯୁକ୍ତ ଧରାପଡ଼ିଯିବେ। କ୍ରାଇମବ୍ରାଞ୍ଚ ଆମକୁ ଯାହା ପରାଚାରିଛନ୍ତି ଯଦି ଆମେ ମିଡିଆ ସାମ୍ନାରେ କହିଦେବୁ ତେବେ ଆସାମୀ ଫେରାର ହୋଇଯିବେ।

ଆଦିତ୍ୟ କେବେ ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ଯୋଜନା କରି ହତ୍ୟା କରାଯାଇଛି।  ତାଙ୍କ ବିରୋଧରେ କିଛି ଲୋକ ଅଛନ୍ତି। ଆମେ ବି ଜାଣିପାରୁ ନାହିଁ। ତାକୁ ଟାର୍ଗେଟ କରି ରଖିଥିଲେ। ସୁଯୋଗ ଦେଖି ତାକୁ ମାରିକି ଫୋପାଡ଼ି ଦେଇଛନ୍ତି। ତେବେ ସୋଶାଲ ମିଡିଆରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଉପରେ  ଉଠୁଥିବା ପ୍ରଶ୍ନ ହେବାରୁ ଆଦିତ୍ୟଙ୍କ ବାପା କହିଛନ୍ତି ଯେ, ଲୋକେ କେତେ କଥା କହିବେ। ଲୋକେ କହିବେ ତା’ ସ୍ତ୍ରୀ ମାରିଦେଲା କି ଆଶ୍ରମର ଟଙ୍କା ପରିଚାଳନାକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ।  ମଦବିରୋଧୀ ଆନ୍ଦୋଳନ ପାଇଁ ବି ଆକ୍ରୋଶର ଶିକାର ହୋଇଥାଇପାରନ୍ତି। ତେବେ ସବୁ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି।

ସେପଟେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି ) କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଜାତୀୟ ମାନବାଧିକାର ଆୟୋଗ ପୁଲିସ କମିଶନରଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେବି ରହସ୍ୟଜନକ ରହିଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପ୍ରଥମେ ଜିଆରପି ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

Related story