ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଘର ମାଲିକଙ୍କୁ ଜେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଜିଆର୍‌ପି ଆଜି ଘର ମାଲିକଙ୍କୁ ଜେରା କରିଛି। କେବେଠାରୁ ଆଦିତ୍ୟ ଭଡ଼ାରେ ଥିଲେ? ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା କି? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା? ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆର୍‌ପି ପଚରା ଉଚରା କରିଥିବା ଆଲୋଚନା ହେଉଛି। ସେହିପରି ବଲାଙ୍ଗିରରେ ଆଦିତ୍ୟଙ୍କ ଜଣେ ବନ୍ଧୁଙ୍କ ପଚରାଉଚରା କରିବା ନେଇ ଡାକ ଯୋଗେ ଜିଆର୍‌ପି ନୋଟିସ୍ କରିଥିବା ଜଣାପଡ଼ିଛି। ଏହାଛଡ଼ା […]

aditya-dash

Manoranjan Sial
  • Published: Wednesday, 15 July 2020
  • , Updated: 15 July 2020, 07:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଜିଆର୍‌ପି ଆଜି ଘର ମାଲିକଙ୍କୁ ଜେରା କରିଛି। କେବେଠାରୁ ଆଦିତ୍ୟ ଭଡ଼ାରେ ଥିଲେ? ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା କି? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା? ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆର୍‌ପି ପଚରା ଉଚରା କରିଥିବା ଆଲୋଚନା ହେଉଛି।

ସେହିପରି ବଲାଙ୍ଗିରରେ ଆଦିତ୍ୟଙ୍କ ଜଣେ ବନ୍ଧୁଙ୍କ ପଚରାଉଚରା କରିବା ନେଇ ଡାକ ଯୋଗେ ଜିଆର୍‌ପି ନୋଟିସ୍ କରିଥିବା ଜଣାପଡ଼ିଛି। ଏହାଛଡ଼ା ଆଦିତ୍ୟଙ୍କ ବାଳକାଟିରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ଓ କଳିଙ୍ଗ ବିହାରରେ ଥିବା ୟୁନିୟନ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିଛି ପୁଲିସ। ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏକ ଅଜଣା ଫୋନ ନମ୍ବରରେ କଥା ହୋଇଥିଲେ। ଗତ ୬ ତାରିଖ ସଂଧ୍ୟା ୬ଟା ୪୨ରେ ସେ ଶେଷ କଲ୍‌ ଆଟେଣ୍ଡ କରିଥିଲେ। ସେହିଦିନ ସଂଧ୍ୟା ୭ଟା ୧୪ରେ ଶେଷ ଥର ପାଇଁ ଫେସ୍‌ବୁକ୍‌ ପୋଷ୍ଟ କରିଥିଲେ ଆଦିତ୍ୟ। ରାତି ୮ଟା ପୂର୍ବରୁ ତାଙ୍କର ଶେଷ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଯାଞ୍ଚ କରୁଛି ପୁଲିସ। ଏହି ଘଟଣାରେ ଏବେ ସୁଦ୍ଧା ପୁଲିସ ଆଦିତ୍ୟଙ୍କ ସାଙ୍ଗ ପପୁ ଓ ବିକାଶଙ୍କୁ ଜେରା କରିସାରିଛି। ଆଗକୁ ପୁଲିସ ଆଦିତ୍ୟଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

ଗତ ୬ ତାରିଖରେ ଟ୍ରେନ ଲାଇନରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଆଦିତ୍ୟଙ୍କ ସଙ୍ଗଠନର ଅଭିଯୋଗ କ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story