ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ରହସ୍ୟଜନକ ମୃତ୍ୟୁ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଘଟଣା ଦିନର ଏକ ସିସିଟିଭି ଭିଜୁଆଲ ଯେଉଁଥିରେ ଆଦିତ୍ୟ ଚାଲି ଚାଲି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି ।
https://youtu.be/PDTaqPwwLi0
ଜିଆରପି ଏହି ଘଟଣାର ତଦନ୍ତ କରୁଥିଲେ ବି ତାହା ସନ୍ତୋଷଜନକ ନୁହେଁ ବୋଲି କହିଛି ଆଦିତ୍ୟ ସଂଘ। ଘଟଣାର ୧୭ ଦିନ ବିତି ଯାଇଥିଲେ ବି କିଛି ଠୋସ ପ୍ରମାଣ ଜିଆରପି ହାତରେ ଲାଗିନି। ନିରପେକ୍ଷ ତଦନ୍ତ କରାଗଲେ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ଆଦିତ୍ୟ ସଂଘ ପକ୍ଷର ଓକିଲ କହିଛନ୍ତି । ସୂଚନା ଥାଉ କି ଆଦିତ୍ୟ ସଂଘର ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି ଜିଆରପି ।