ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ।
ଏହି ମେଳାରେ କନ୍ଧମାଳ ହଳଦୀ ସାଙ୍ଗକୁ କେନ୍ଦୁଝରର ଫୁଲବଡ଼ି, ଫୁଲ ଝାଡୁ, ମୁଗ, ବିରି, କୋଳଥ, ମାଣ୍ଡିଆ ଓ ଝୁଣା ଆଦି ମିଳୁଛି। ଆଦିବାସୀଙ୍କ ବିଭିନ୍ନ ଗହଣାଗାଣ୍ଠି ଓ ଖାଦ୍ୟପେୟ ବି ଏଠାରେ ମିଳୁଛି। ଏସବୁକୁ କିଣିବାକୁ ପ୍ରଥମ ଦିନରୁ ହିଁ ଭିଡ଼ ଜମିଥିଲା।
ଏହି ମେଳାରେ ଲୋକେ କିଣାକିଣି ସାଙ୍ଗକୁ ଆଦିବାସୀ ଖାଦ୍ୟ ଓ ଆଦିବାସୀ ନୃତ୍ୟ ଏବଂ ସଙ୍ଗୀତର ମଜା ନେଉଛନ୍ତି।
ରାଜଧାନୀରେ ଆଦିବାସୀ ଦ୍ରବ୍ୟ ଚାହିଦା ରହୁଥିବାରୁ ଏବର୍ଷ ବି ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ଚଳିତବର୍ଷ ଆଦିବାସୀ ମେଳାରେ ୧୮୦ଟି ଷ୍ଟଲ ଲାଗିଛି। ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।