ଆଦିବାସୀ ପଡ଼ିଆକୁ ଫେରିଲା ଆଦିବାସୀ ମେଳା, ଫେବୃୟାରୀ ୧୫ରୁ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୋଗଲକୀ ଶାସନରେ ସୁଲତାନ ମହମ୍ମଦ ବିନ୍ ତୋଗଲକ ଯେଭଳି ନିଜର ରାଜଧାନୀକୁ ଦିଲ୍ଲୀରୁ ଦୌଲତାବାଦ ସ୍ଥାନାନ୍ତର କରି ପୁଣି ଦିଲ୍ଲୀକୁ ଫେରିଥିଲେ ଠିକ୍ ସେଭଳି ଅବସ୍ଥା ଏବେ ଓଡ଼ିଶା ସରକାରଙ୍କର । ବହୁ ବାଦବିବାଦ ଓ ବିରୋଧ ସତ୍ତ୍ୱେ ୨୦୧୮ ମସିହାରେ ବାର୍ଷିକ ଆଦିବାସୀ ମେଳାର ସ୍ଥାନକୁ ୟୁନିଟ-୧ ସ୍ଥିତ ‘ଆଦିବାସୀ ପଡ଼ିଆ’ରୁ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରିଥିବା ରାଜ୍ୟ ସରକାର ଚଳିତବର୍ଷ ପୁଣି ‘ଆଦିବାସୀ ପଡ଼ିଆ’କୁ ଫେରିବେ । ଆଉ […]

Adivasi Field

Ordigital Desk
  • Published: Thursday, 12 January 2023
  • , Updated: 12 January 2023, 09:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୋଗଲକୀ ଶାସନରେ ସୁଲତାନ ମହମ୍ମଦ ବିନ୍ ତୋଗଲକ ଯେଭଳି ନିଜର ରାଜଧାନୀକୁ ଦିଲ୍ଲୀରୁ ଦୌଲତାବାଦ ସ୍ଥାନାନ୍ତର କରି ପୁଣି ଦିଲ୍ଲୀକୁ ଫେରିଥିଲେ ଠିକ୍ ସେଭଳି ଅବସ୍ଥା ଏବେ ଓଡ଼ିଶା ସରକାରଙ୍କର । ବହୁ ବାଦବିବାଦ ଓ ବିରୋଧ ସତ୍ତ୍ୱେ ୨୦୧୮ ମସିହାରେ ବାର୍ଷିକ ଆଦିବାସୀ ମେଳାର ସ୍ଥାନକୁ ୟୁନିଟ-୧ ସ୍ଥିତ ‘ଆଦିବାସୀ ପଡ଼ିଆ’ରୁ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରିଥିବା ରାଜ୍ୟ ସରକାର ଚଳିତବର୍ଷ ପୁଣି ‘ଆଦିବାସୀ ପଡ଼ିଆ’କୁ ଫେରିବେ । ଆଉ ସେଠାରେ ଆସନ୍ତା ଫେବୃୟାରୀ ୧୫ରୁ ୨୪ତାରିଖ ପର୍ଯ୍ୟନ୍ତ ‘ଆଦିବାସୀ ମେଳା-୨୦୨୩’ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଚଳିତବର୍ଷ ଫେବୃୟାରୀ ୧୫ରୁ ୨୪ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳା ଆୟୋଜନ କରାଯିବ । ଏହି ମେଳା ଚଳିତବର୍ଷ ୟୁନିଟ-୧ ଆଦିବାସୀ ପଡ଼ିଆରେ ହେବ । ରାଜଧାନୀରେ ଆଦିବାସୀ ହାଟ ଭଳି ପରିବେଶ ସୃଷ୍ଟି କରୁଥିବା ଏହି ପଡ଼ିଆରେ ଗତ ୨୦୧୮ ମସିହା ପରଠୁ ଆଦିବାସୀ ମେଳା ହୋଇନାହିଁ । ରାଜ୍ୟ ସରକାର ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ଦୀର୍ଘ ୭ଦଶନ୍ଧି ଧରି ଚାଲି ଆସିଥିବା ଏହି ମେଳାର ସ୍ଥାନକୁ ପରିବର୍ତ୍ତନ କରିଦେଇଥିଲେ । ତେବେ ଚଳିତବର୍ଷ ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦହ ହୋଇଛି ଓ ମେଳା ତା’ର ପୁରୁଣା ସ୍ଥାନରେ ହେବ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ୧୯୫୧ ମସିହାରୁ ଓଡ଼ିଶାରେ ବାର୍ଷିକ ‘ଆଦିବାସୀ ମେଳା’ ପାଳିତ ହେଉଥିବାବେଳେ ୧୯୫୪ ମସିହାରେ ଏହା ଭୁବନେଶ୍ୱରସ୍ଥିତ ୟୁନିଟ-୧ଠାରେ ଥିବା ‘ଆଦିବାସୀ ପଡ଼ିଆ’ରେ ପାଳନ ହୋଇ ଆସୁଥିଲା । କିନ୍ତୁ ୨୦୧୮ ମସିହାରେ ରାଜ୍ୟ ସରକାର ଆଇନଶୃଙ୍ଖଳାର ଆଳ ଦେଖାଇ ଓ ଜିଦ୍ ଧରି ଏହି ମେଳାର ସ୍ଥାନ ପରିବର୍ତ୍ତନ କରିଥିଲେ ।

ଆଦିବାସୀ ପଡ଼ିଆରେ ଦୀର୍ଘ ଦଶନ୍ଧି ଧରି ‘ଆଦିବାସୀ ମେଳା’ ହେଉଥିବା ତଥା ସେହି ପଡ଼ିଆ ସହ ଆଦିବାସୀ ବର୍ଗର ଲୋକମାନଙ୍କ ଭାବଗତ ସମ୍ପର୍କ ରହିଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ଏପରିକି ସେତେବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା ସତ୍ତ୍ୱେ ନିଜ ଜିଦରେ ଅଟଳ ରହି ୨୦୧୮ ମସିହାର ଆଦିବାସୀ ମେଳାକୁ ୟୁନିଟ-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରିଥିଲେ । କରୋନା ମହାମାରୀ ସଂକ୍ରମଣର ଭୟ ଭିତରେ ବି ରାଜ୍ୟ ସରକାର ଗତବର୍ଷ ପ୍ରଦର୍ଶନୀ ପଡ଼ିଆରେ ଏପ୍ରିଲ ୨୩ରେ ଆଦିବାସୀ ମେଳାର ଆୟୋଜନ କରିଥିଲେ । ରାଜ୍ୟ ତଥା ଦେଶର ବିଭିନ୍ନ ଭାଗର ଆଦିବାସୀ ବର୍ଗର ଲୋକମାନଙ୍କୁ ନିଜର ପାରମ୍ପରିକ ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରିବାର ପ୍ଲାଟଫର୍ମ ଦେବା ଓ ବିଶେଷକରି ଆଦିବାସୀ ଏସଏଚଜିମାନଙ୍କ ନିମନ୍ତେ ଏହି ମେଳା ବେଶ୍ ଫାଇଦା ହୋଇଥାଏ ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପ୍ରତିବର୍ଷ ଜାନୁୟାରୀ ୨୬ତାରିଖରୁ ଏହି ଆଦିବାସୀ ମେଳା ଆରମ୍ଭ ହୋଇ ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିଥାଏ । ପୂର୍ବରୁ ଏହା ୧୦ଦିନ ହେଉଥିବାବେଳେ କ୍ରମେ ଏହାକୁ ୧୫ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

Related story