୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ଫେବ୍ରୁଆରୀ ୯ ତାରିଖ ଯାଏ ଚାଲିବ। ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା। କୋଭିଡ୍‌ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି। ଦେଶରେ ଦେଖାଦେଇଥିବା କରୋନାର ଭୟକୁ ଦେଖି ଗତବର୍ଷ ବହୁ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକମ୍ରକୁ ବନ୍ଦ କରିଥିଲେ ରାଜ୍ୟ ସରକାର। ଆଉ ପର୍ବପର୍ବାଣୀ ପାଳନ କରାଯାଇଥିଲା, ତାହା ପୁଣି […]

adibasi-mela

Manoranjan Sial
  • Published: Wednesday, 20 January 2021
  • , Updated: 20 January 2021, 05:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ଫେବ୍ରୁଆରୀ ୯ ତାରିଖ ଯାଏ ଚାଲିବ। ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା। କୋଭିଡ୍‌ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି।

ଦେଶରେ ଦେଖାଦେଇଥିବା କରୋନାର ଭୟକୁ ଦେଖି ଗତବର୍ଷ ବହୁ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକମ୍ରକୁ ବନ୍ଦ କରିଥିଲେ ରାଜ୍ୟ ସରକାର। ଆଉ ପର୍ବପର୍ବାଣୀ ପାଳନ କରାଯାଇଥିଲା, ତାହା ପୁଣି ବିଧି ରଖିବା ପାଇଁ ହୋଇଥିଲା। ତେବେ ୨୦୨୧ରେ କରୋନା ଟିକା ବାହାରିବା ପରେ ରାଜ୍ୟ ସରକାର ବିଭିନ୍ନ ସେକ୍ଟରକୁ ଧୀରେ ଧୀରେ ଖୋଲୁଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାସମିତି ଆୟୋଜନ କରାଯାଉଛି। ଠିକ୍‌ ସେମିତି ସେମିତି ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରାଯାଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ସାନିଟାଇଜ୍‌ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

Related story