ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା କରିବ ପ୍ରଶାସନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ମିଲୁପଡ଼ାରେ ଥିବା ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ। ଘରୋଇ ଟେଲିଭିଜନ୍ ଚ୍ୟାନେଲ୍ ଓଟିଭିରେ ଖବର ପ୍ରକାଶ ପାଇବା ପରେ ଶିଶୁଙ୍କ ଚିକିତ୍ସା ଲାଗି ଆଗେଇ ଆସିଛି ସ୍ୱାସ୍ଥ୍ୟ ବିଭାଗ।  ଦୁଇ ଶିଶୁଙ୍କ ଚିକିତ୍ସା ଲାଗି କନ୍ଧମାଳ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା।  ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କନ୍ଧମାଳ […]

two-child

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 02:52 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ମିଲୁପଡ଼ାରେ ଥିବା ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ। ଘରୋଇ ଟେଲିଭିଜନ୍ ଚ୍ୟାନେଲ୍ ଓଟିଭିରେ ଖବର ପ୍ରକାଶ ପାଇବା ପରେ ଶିଶୁଙ୍କ ଚିକିତ୍ସା ଲାଗି ଆଗେଇ ଆସିଛି ସ୍ୱାସ୍ଥ୍ୟ ବିଭାଗ।  ଦୁଇ ଶିଶୁଙ୍କ ଚିକିତ୍ସା ଲାଗି କନ୍ଧମାଳ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା।  ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ସେ କହିଛନ୍ତି।

ଅନ୍ୟପଟେ ମୁଣ୍ଡ ଯୋଡ଼ି ହୋଇଥିବା ଶିଶୁଙ୍କ ଚିକିତ୍ସା ଲାଗି ସହଯୋଗ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି।  ଭୁବେନଶ୍ୱରେ ଥିବା ଏମସ୍  ଡାକ୍ତରଙ୍କ ପରାମର୍ଶ ପରେ ଚିକିତ୍ସା ଲାଗି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କନ୍ଧମାଳ ଜିଲ୍ଲାପାଳ କହିଛନ୍ତି।

Related story