କମିବ ଘରୋଇ ମେଡିକାଲ କଲେଜଙ୍କ ମନମୁଖୀ: ୮୫% ସିଟ୍‌ରେ କାଉନ୍‌ସେଲିଂ କରିବେ ରାଜ୍ୟ ସରକାର

  ଭୁବନେଶ୍ୱର: ଘରୋଇ ମେଡ଼ିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଗୁଡ଼ିକର ମନମୁଖୀ କାର୍ଯ୍ୟ ଉପରେ ଲଗାମ ଲାଗିବ। ମନଇଚ୍ଛା ଆଡ୍‌ମିଶନ୍‌ ଓ ଫି’ ଆଦାୟ ଉପରେ ରୋକ ଲାଗିବ। ଚଳିତବର୍ଷଠାରୁ ଶତ ପ୍ରତିଶତ ସିଟ୍‌ ବଦଳରେ ଘରୋଇ ମେଡ଼ିକାଲ କଲେଜ ଏଣିକି ମାତ୍ର ୧୫ ପ୍ରତିଶତ ସିଟ୍‌ରେ ନିଜସ୍ୱ କାଉନ୍‌ସେଲିଂ କରିବେ। ୮୫ ପ୍ରତିଶତ ସିଟ୍‌ରେ କାଉନ୍‌ସିଲିଂ କରିବେ ରାଜ୍ୟ ସରକାର। ମେଡିକାଲ ଆଡମିସନ୍‌ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳିକୁ ରାଜ୍ୟ ସରକାର କାର୍ଯ୍ୟକାରି କରିବାକୁ […]

କକକକକକକକକକକକକକକକକକକକକକ

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 07:31 PM IST

 

ଭୁବନେଶ୍ୱର: ଘରୋଇ ମେଡ଼ିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଗୁଡ଼ିକର ମନମୁଖୀ କାର୍ଯ୍ୟ ଉପରେ ଲଗାମ ଲାଗିବ। ମନଇଚ୍ଛା ଆଡ୍‌ମିଶନ୍‌ ଓ ଫି’ ଆଦାୟ ଉପରେ ରୋକ ଲାଗିବ। ଚଳିତବର୍ଷଠାରୁ ଶତ ପ୍ରତିଶତ ସିଟ୍‌ ବଦଳରେ ଘରୋଇ ମେଡ଼ିକାଲ କଲେଜ ଏଣିକି ମାତ୍ର ୧୫ ପ୍ରତିଶତ ସିଟ୍‌ରେ ନିଜସ୍ୱ କାଉନ୍‌ସେଲିଂ କରିବେ। ୮୫ ପ୍ରତିଶତ ସିଟ୍‌ରେ କାଉନ୍‌ସିଲିଂ କରିବେ ରାଜ୍ୟ ସରକାର।

ମେଡିକାଲ ଆଡମିସନ୍‌ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳିକୁ ରାଜ୍ୟ ସରକାର କାର୍ଯ୍ୟକାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ସ୍ୱାସ୍ଥ୍ୟ ବିଭାଗ ଅବଗତ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ସୁଜିତ ଦାଶ କହିଛନ୍ତି,“କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ୮୫ ପ୍ରତିଶତ ସିଟ୍‌ ପୂରଣ କରିବେ। ସେହି ନିୟମ ଅନୁସାରେ କାଉନ୍‌ସେଲିଂ କରାଯିବ।”

ଚଳିତବର୍ଷଠାରୁ ଘରୋଇ ଶିକ୍ଷାନୁଷ୍ଠାନର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଆଡମିଶନ କ୍ଷେତ୍ରରେ କମନ କାଉନ୍‌ସେଲିଂ ଲାଗୁ ହେବ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ରାଙ୍କ ଅନୁସାରେ ସିଟ୍‌ ପୂରଣ  ହେବ। ତେବେ ଆଡମିଶନ୍‌ ଫି’ କେଉଁ ଶିକ୍ଷାନୁଷ୍ଠାନ ପାଇଁ କେତେ ହେବ ତାହା ସ୍ଥିର ହୋଇନାହିଁ। ମେଡିକାଲ ଆଡମିଶନ୍‌ ଓ କାଉନ୍‌ସେଲିଂରେ ସ୍ୱଚ୍ଛତା ରଖିବା ପାଇଁ କମନ କାଉନ୍‌ସେଲିଂ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।

Related story