ଆଡମିଶନ ହୋଇ ନ ଥିବା ବିଡିଏସ ସିଟ ପାଇଁ ସ୍ପେସାଲ ଓଜେଇ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଚଳିତବର୍ଷ ଆଡମିଶନ ହୋଇ ନ ଥିବା ବିଡିଏସ୍ ସିଟଗୁଡ଼ିକ ପାଇଁ ସ୍ପେସାଲ ଓଜେଇ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପ୍ରାଇଭେଟ ମେଡିକାଲ ଓ ଡେଣ୍ଟାଲ କଲେଜ ଆସୋସିଏଶନର ଆବେଦନର ଶୁଣାଣି କରି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ଡି.ପି. ଚୌଧୁରୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଗତ ୨ବର୍ଷ ଧରି ମେଡିକାଲ ଓ ଡେଣ୍ଟାଲ କଲେଜରେ […]
କଟକ: ଚଳିତବର୍ଷ ଆଡମିଶନ ହୋଇ ନ ଥିବା ବିଡିଏସ୍ ସିଟଗୁଡ଼ିକ ପାଇଁ ସ୍ପେସାଲ ଓଜେଇ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପ୍ରାଇଭେଟ ମେଡିକାଲ ଓ ଡେଣ୍ଟାଲ କଲେଜ ଆସୋସିଏଶନର ଆବେଦନର ଶୁଣାଣି କରି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ଡି.ପି. ଚୌଧୁରୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଗତ ୨ବର୍ଷ ଧରି ମେଡିକାଲ ଓ ଡେଣ୍ଟାଲ କଲେଜରେ ଓଜେଇ ପରିବର୍ତ୍ତେ ଏଆଇପିଏମଟି ଜରିଆରେ ନାମଲେଖା ହେଉଥିବାରୁ ପ୍ରତ୍ୟେକ ବର୍ଷ ଡେଣ୍ଟାଲରେ ବହୁତ ସିଟ ଫାଙ୍କା ପଡୁଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଅବଗତ କରାଯାଇଥିଲା।