Advertisment

ନାମକୁ ମାତ୍ର ଉପଦେଷ୍ଟା, ପ୍ରଶାସନ ସହ ସମ୍ପର୍କ ରହିବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ନିଜର ପଞ୍ଚମ ପାଳିରେ ଟାଣିଓଟାରି ଡଜନେରୁ ଅଧିକ ‘ଉପଦେଷ୍ଟା’ ପଦବୀ ସୃଷ୍ଟି କରିଥିଲେ ମଧ୍ୟ ସେମାନେ ସମସ୍ତ ସରକାରୀ ସୁବିଧାସୁଯୋଗ ସହ କେବଳ ନାଁକୁ ମାତ୍ର କାର୍ଯ୍ୟ କରିବେ। ପ୍ରଶାସନିକ କଳ ଉପରେ ସେମାନଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ କିମ୍ବା ସେମାନେ ସିଧାସଳଖ କୌଣସି ନିର୍ଦ୍ଦେଶ ବିଭାଗୀୟ ଅଫିସର ଓ ପ୍ରଶାସନିକ କଳକୁ ଦେଇପାରିବେ ନାହିଁ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପାଇଥିବା ୧୨ […]

ଅଦ୍ୟତନ ହୋଇଛି
ଓଏଏସସ୍ତରରେ ଅଦଳବଦଳ

secretariat-odisha-750x430

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ନିଜର ପଞ୍ଚମ ପାଳିରେ ଟାଣିଓଟାରି ଡଜନେରୁ ଅଧିକ ‘ଉପଦେଷ୍ଟା’ ପଦବୀ ସୃଷ୍ଟି କରିଥିଲେ ମଧ୍ୟ ସେମାନେ ସମସ୍ତ ସରକାରୀ ସୁବିଧାସୁଯୋଗ ସହ କେବଳ ନାଁକୁ ମାତ୍ର କାର୍ଯ୍ୟ କରିବେ। ପ୍ରଶାସନିକ କଳ ଉପରେ ସେମାନଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ କିମ୍ବା ସେମାନେ ସିଧାସଳଖ କୌଣସି ନିର୍ଦ୍ଦେଶ ବିଭାଗୀୟ ଅଫିସର ଓ ପ୍ରଶାସନିକ କଳକୁ ଦେଇପାରିବେ ନାହିଁ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପାଇଥିବା ୧୨ ଜଣ ଉପଦେଷ୍ଟାଙ୍କ ମଧ୍ୟରୁ ୭ ଜଣ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ପାଇଥିବାବେଳେ ସେମାନଙ୍କ କାର୍ଯ୍ୟ ଓ କ୍ଷମତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ରାଜନୀତିକ ବାଧ୍ୟବାଧକତା କାରଣରୁ ଟିକେଟ୍ ଆଶାୟୀ ୧୨ ଜଣ ନେତାଙ୍କୁ ବିଜେଡି ସରକାର ବିଭିନ୍ନ ବିଭାଗର ଉପଦେଷ୍ଟା ପଦବୀରେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ୪ ଜଣ ପ୍ରମୁଖ ସଚିବ ଓ ଜଣେ ମୁଖ୍ୟ ସଚିବ ପାହ୍ୟାରେ କାର୍ଯ୍ୟ କରୁଛନ୍ତି। ଏହି ବିଜେଡି ନେତାମାନଙ୍କୁ ସେମାନଙ୍କର ପାହ୍ୟା ଆଧାରରେ ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମିଳିବାର ଥିଲେ ମଧ୍ୟ ସେମାନଙ୍କର କ୍ଷମତାକୁ ସମ୍ପୂର୍ଣ୍ଣ ସଙ୍କୁଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଉପଦେଷ୍ଟାମାନେ କ’ଣ କାର୍ଯ୍ୟ କରିବେ ସେ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି।

ଏହି ଉପଦେଷ୍ଟାମାନେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କଠୁ ସିଧାସଳଖ ମତାମତ ଗ୍ରହଣ କରି ସେସବୁ ଯୋଜନାର ଅଧିକ ସଫଳ ରୂପାୟନ ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ମାଧ୍ୟମରେ ପରାମର୍ଶ ଦେଇପାରିବେ। ବିଭାଗର ବିଭିନ୍ନ ଯୋଜନାର ହିତାଧିକାରୀଙ୍କଠୁ ସିଧାସଳଖ ମତାମତ ନେବାବେଳେ ରାଜ୍ୟ ସରକାରଙ୍କ ଯୋଜନା ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି। ବିଭାଗୀୟ ମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗର ଉତ୍ସବ ଓ ସମାରୋହରେ ସାମିଲ ହୋଇପାରିବେନି। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେବେ ସେହି ଆଧାରରେ ସେମାନେ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।

Advertisment

ଏସବୁ ବ୍ୟତୀତ ସରକାରଙ୍କ ଉପଦେଷ୍ଟାମାନେ ପ୍ରଶାସନିକ କଳ ସହ କୌଣସି ପ୍ରକାରର ଦେଣନେଣ କରିପାରିବେ ନାହିଁ। ପ୍ରଶାସନିକ ଅଫିସରମାନଙ୍କୁ ନିର୍ଦ୍ଦେଶ କିମ୍ବା କୌଣସି କାର୍ଯ୍ୟ କରିବା ପାଇଁ ଚାପ ପ୍ରୟୋଗ କରିପାରିବେ ନାହିଁ। ପ୍ରଶାସନିକ କଳରେ ଯାହା କିଛି କାର୍ଯ୍ୟ ଥିବ ତାହା ସେମାନେ ବିଭାଗୀୟ ମନ୍ତ୍ରୀମାନଙ୍କ ମାଧ୍ୟମରେ ସମ୍ପାଦନ କରିବେ ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ ଇଲେକ୍ଟ୍ରୋନିକ ଓ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କୁ ‘ମୋ ସରକାର’ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାରଙ୍କୁ ୯ଟି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ଏହି ଦୁଇ ନେତାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଉପଦେଷ୍ଟାଙ୍କୁ ନିଜ ନିଜ ବିଭାଗର ମନ୍ତ୍ରୀମାନଙ୍କ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe