ପ୍ରାୟ ହଜାରେ ସ୍କୁଲ ବନ୍ଦ ହେବ, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଆଡ୍‌ଭାଇଜରି କାଉନସିଲ ଗଠନ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ରୁଗ୍‌ଣ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡୁଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଗଠନ ହେବ ଆଡ୍‌ଭାଇଜରି କାଉନସିଲ। ଆଜି ବିଧାନସଭାରେ ମୁଲତଵୀ ପ୍ରସ୍ତାବ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି,“୨୦୦୨ ମସିହାରେ ରାଜ୍ୟର ଶିକ୍ଷା ବଜେଟ୍‌ ୧୩୦୩ କୋଟି ଟଙ୍କା ଥିଲା। ଏବେ ତାହା ବୃଦ୍ଧି ପାଇ ୧୬,୬୦୦ କୋଟି ଟଙ୍କାରେ ପହଞ୍ଚିଛି। […]

school

Manoranjan Sial
  • Published: Saturday, 03 August 2019
  • , Updated: 03 August 2019, 05:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ରୁଗ୍‌ଣ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡୁଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଗଠନ ହେବ ଆଡ୍‌ଭାଇଜରି କାଉନସିଲ। ଆଜି ବିଧାନସଭାରେ ମୁଲତଵୀ ପ୍ରସ୍ତାବ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି,“୨୦୦୨ ମସିହାରେ ରାଜ୍ୟର ଶିକ୍ଷା ବଜେଟ୍‌ ୧୩୦୩ କୋଟି ଟଙ୍କା ଥିଲା। ଏବେ ତାହା ବୃଦ୍ଧି ପାଇ ୧୬,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ରାଜ୍ୟରେ ୫୬ ଲକ୍ଷ ପିଲା ପ୍ରାଥମିକ ସ୍କୁଲରେ ପାଠ ପଢ଼ୁଛନ୍ତି। ତେବେ ଶିକ୍ଷା ବିଭାଗରେ ଯେଉଁ ସବୁ ଅଭାବ ରହିଛି, ତାହା ପୂରଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏକ ଆଡ୍‌ଭାଇଜରି କାଉନସିଲ ଗଠନ କରିବାକୁ ସରକାର ଯାଉଛନ୍ତି। ଏଥିରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତଙ୍କୁ ସାମିଲ କରାଯିବ। ସେମାନେ ଗୁଣାତ୍ମକ ମାନବୃଦ୍ଧି ପାଇଁ ପରାମର୍ଶ ଦେବେ।”

ସେ ଆହୁରି କହିଛନ୍ତି, “୨୦ରୁ କମ୍‌ ପିଲା ଥିବା ସ୍କୁଲ ଗୁଡ଼ିକ ବନ୍ଦ ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୯୬୬ଟି ୧୦ରୁ କମ୍‌ ପିଲା ଥିବା ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।”

Related story