ଓଡ଼ିଶା ବିକାଶର ଗାଡ଼ି ଅଟକି ଯାଇଛି: ପୁରୁଣା ଫଟୋ ସେୟାର କରି ପୁନମ କଲେ ସମାଲୋଚନା

ଭୁବନେଶ୍ୱର: ଓଡ଼ିଶା ସହ ମୋର ସମ୍ପର୍କ ବହୁ ପୁରୁଣା। ୧୯୯୨ରେ ଯେତେବେଳେ ପିଲା ଥିଲି ବାପା ମୋତେ ଓଡ଼ିଶା ଆଣିଥିଲେ। ସେତେବେଳେ ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ ହୋଇଥିଲା। ବାପା କହିଥିଲେ ଚାଲ ତୁମକୁ ଏକ ବହୁତ ଭଲ ଜାଗାକୁ ନେଇ ଯିବି। ଆଉ ସେ ଆମକୁ ଭୁବନେଶ୍ୱର ଆଣିଥିଲେ। ପ୍ରକୃତରେ ଓଡ଼ିଶା ବହୁତ ଭଲ। ଆମେ ସପରିବାରେ ଭୁବନେଶ୍ୱର ଆସିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲୁ। କୋଣାର୍କ ମଧ୍ୟ ବୁଲିବାକୁ ଯାଇଥିଲୁ। ୨୫ ବର୍ଷ […]

punam

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 10:32 PM IST

ଭୁବନେଶ୍ୱର: ଓଡ଼ିଶା ସହ ମୋର ସମ୍ପର୍କ ବହୁ ପୁରୁଣା। ୧୯୯୨ରେ ଯେତେବେଳେ ପିଲା ଥିଲି ବାପା ମୋତେ ଓଡ଼ିଶା ଆଣିଥିଲେ। ସେତେବେଳେ ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ ହୋଇଥିଲା। ବାପା କହିଥିଲେ ଚାଲ ତୁମକୁ ଏକ ବହୁତ ଭଲ ଜାଗାକୁ ନେଇ ଯିବି। ଆଉ ସେ ଆମକୁ ଭୁବନେଶ୍ୱର ଆଣିଥିଲେ। ପ୍ରକୃତରେ ଓଡ଼ିଶା ବହୁତ ଭଲ। ଆମେ ସପରିବାରେ ଭୁବନେଶ୍ୱର ଆସିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲୁ। କୋଣାର୍କ ମଧ୍ୟ ବୁଲିବାକୁ ଯାଇଥିଲୁ। ୨୫ ବର୍ଷ ପରେ ମୁଁ ଏଠାକୁ ଆସିଛି। ସେତେବେଳେ ବାପାଙ୍କ ହାତ ଧରି ଆସିଥିଲି। ବାପା ଆଉ ନାହାନ୍ତି, ହେଲେ ଓଡ଼ିଶାକୁ ଆସିବାର ସୌଭାଗ୍ୟ ଆଉ ଥରେ ମୋ ଭାଗ୍ୟରେ ଜୁଟିଛି। ଏବେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆସିଛି ବୋଲି କହିଛନ୍ତି ପୁନମ ମହାଜନ।

ସେ କହିଛନ୍ତି,“ସତ କହିବାକୁ ଗଲେ ଏଠାକୁ ଆସି ବହୁତ ଦୁଃଖ ଲାଗୁଛି। କାରଣ ୧୯୯୨ ମସିହାର ଓଡ଼ିଶାରେ କିଛି ପରିବର୍ତ୍ତନ ହୋଇଥିବା ପରି ମନେ ହେଉନାହିଁ। ୨୫ ବର୍ଷ ପୂର୍ବେ ଓଡ଼ିଶା ଯେଉଁଠି ଥିଲା ଏବେ ବି ସେଠି ଅଟକିଛି। ଯେମିତି ଲାଗୁଛି ଏଠାରେ ବିକାଶଧାରା ଠପ୍‌ ହୋଇଯାଇଛି।”

୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ସେ। ପୁନମ କହିଛନ୍ତି,“ବିଜେଡିକୁ ଟକ୍କର ଦେବାକୁ ଏଠାରେ ଅନ୍ୟ କେହି ସମର୍ଥ ନ ଥିଲେ। ବିଜେପି ବିଜେଡି ସହ ପୂର୍ବରୁ ମିଶି ସରକାର ଗଠନ କରିଥିଲା। ଅଲଗା ହେବା ପରେ ସଂଗଠନକୁ ମଜଭୁତ କରିବାକୁ ଆମକୁ ସମୟ ଲାଗିଲା। ପଞ୍ଚାୟତ ନିର୍ବାଚନ ହେଉ କି କାର୍ଯ୍ୟକାରିଣୀ ଆମକୁ ମିଳିଥିବା ସମର୍ଥନରୁ ଜଣାପଡୁଛି ୨୦୧୯କୁ ଆମେ ଓଡ଼ିଶାରେ ସରକାର ଗଠନ କରିବୁ।”

ଏଠାକୁ ଆସିବା ପୂର୍ବରୁ ଓଡ଼ିଶାର ଯୁବ ସଂଗଠନଠାରୁ ମୋର ଅଧିକ ଆଶା ନ ଥିଲା। ହେଲେ ମୁଁ ବହୁତ ଖୁସି ଯେ ପଞ୍ଚାୟତ ନିର୍ବାଚନ ବେଳେ ଯୁବକମାନେ ଆଗକୁ ଆସି ନେତୃତ୍ୱ ନେଇଥିଲେ। ଜାତୀୟ ନେତୃବୃନ୍ଦଙ୍କୁ ଯେପରି ଏଠାରେ ସମ୍ବର୍ଦ୍ଧନା ଦିଆଯାଇଛି ଓଡ଼ିଶାରେ କେବେ କାହାକୁ ଦିଆଯାଇ ନ ଥିବ। ଏଥିପାଇଁ ଯୁବମୋର୍ଚ୍ଚା କର୍ମକର୍ତ୍ତା ବହୁତ ପରିଶ୍ରମ କରିଛନ୍ତି। ଓଡ଼ିଶା ଯୁବମୋର୍ଚ୍ଚାର ଅଧ୍ୟକ୍ଷ ବହୁତ ଭଲ। ମଣ୍ଡଳ ପର୍ଯ୍ୟନ୍ତ ଟିମ୍‌ ଗଠନ ସରିଲାଣି। ଯୁବକମାନେ ହିଁ ପରିବର୍ତ୍ତନ ଆଣି ପାରିବେ। କହିଲେ ଖୁସି ଲାଗୁଛି ଓଡ଼ିଶାରେ ଯୁବ ସଂଗଠନ ଯେପରି କାମ କରୁଛି ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏ ସଂଗଠନ ସେମିତି କାମ କରୁନାହାନ୍ତି ବୋଲି ପୁନମ କହିଛନ୍ତି।

ଏହି ଅବସରରେ ପୂର୍ବ-ଉତ୍ତର ରାଜ୍ୟ ବିକାଶ ଉପରେ ପୁନମ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ,“ପୂର୍ବ-ଉତ୍ତର ରାଜ୍ୟରେ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ। ପ୍ରକୃତି ଏହି ରାଜ୍ୟକୁ ବହୁତ କିଛି ଦେଇଛି। ହେଲେ ଏଠାରେ ରହୁଥିବା ଲୋକେ ଆଜି ବି ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି। ବହୁତ କିଛି ଆଶା ରଖି ଓଡ଼ିଶାବାସୀ ନବୀନ ବାବୁଙ୍କୁ ଭୋଟ ଦେଇଥିଲେ। ହେଲେ ବହୁ କ୍ଷେତ୍ରରେ ଓଡ଼ିଶା ପଛରେ ପଡିଛି।”

ନିଜ ବାପାଙ୍କୁ ରୋଲ ମଡେଲ ମାନୁଥିବା ପୁନମଙ୍କ କହିଛନ୍ତି ବାପାଙ୍କ ପୂର୍ବରୁ ଆଉ ଜଣେ ବ୍ୟକ୍ତି ଅଛନ୍ତି ଅଟଳବିହାରୀ ବାଜପେୟୀ। ଯାହାଙ୍କୁ ମୁଁ ପିଲାଦିନୁ ଦେଖି ଆସିଛି। ତାଙ୍କ ସଂଘର୍ଷମୟ ଜୀବନ ଆଗକୁ ବଢିବାକୁ ମୋତେ ପ୍ରେରଣା ଦେଇଛି। ଆଗ ସେ ତା’ପରେ ବାପା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ସ୍ଥାନରେ ଅଛନ୍ତି। ସେ ବହୁତ ଭଲ କାମ କରୁଛନ୍ତି। ତାଙ୍କ ନେତୃତ୍ୱରେ ଦେଶ ଆହୁରି ଆଗକୁ ଯିବ।”

ବାପାଙ୍କ ନେତୃତ୍ୱର ଛବି ଧର୍ମେନ୍ଦ୍ର ପ୍ରଧାନଙ୍କଠାରେ ଦେଖୁଛି। ଧର୍ମେନ୍ଦ୍ର ଜୀ କାର୍ଯ୍ୟକାରିଣୀ ଆୟୋଜନ ଦେଖି ବାପାଙ୍କ କଥା ମନେ ପଡିଗଲା। ସେ ବି ଏପରି କାର୍ଯ୍ୟକ୍ରମ କରୁଥିଲେ ବୋଲି ପୁନମ କହିଛନ୍ତି।

Related story