କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ରାୟଗଡ଼(ମନୋଜ ପାତ୍ର): ମହାମାରୀ ‘କରୋନା’କୁ ନେଇ ସମଗ୍ର ବିଶ୍ୱରରେ ଭୟର ବାତାବରଣ ଖେଳିଯାଇଛି। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ରାୟଗଡ଼ା ଜିଲ୍ଲା ସାନ ଚାନ୍ଦିଲୀ ପଞ୍ଚାୟତରେ ଅଜଣା ଜ୍ୱର ଆତଙ୍କ ଖେଳାଇ ଦେଇଛି। ଗତ ୩ ଦିନରେ ୪ ଜଣଙ୍କ ଜୀବନ ନେଇଛି। ଏହି ଅଜଣା ଜ୍ୱରର ଜାଲରେ ଏବେ ମଧ୍ୟ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର ଚେତା ପସୁନି। ଗାଁକୁ ମେଡିକାଲ୍‌ ଟିମ୍‌ ଯିବା ପରିବର୍ତ୍ତେ ପାରାସିଟାମଲ୍‌ ଖାଇବାକୁ ଡାକ୍ତର ପରାମର୍ଶ […]

ra

ra

Manoranjan Sial
  • Published: Friday, 07 August 2020
  • Updated: 08 August 2020, 07:07 AM IST

Sports

Latest News

ରାୟଗଡ଼(ମନୋଜ ପାତ୍ର): ମହାମାରୀ ‘କରୋନା’କୁ ନେଇ ସମଗ୍ର ବିଶ୍ୱରରେ ଭୟର ବାତାବରଣ ଖେଳିଯାଇଛି। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ରାୟଗଡ଼ା ଜିଲ୍ଲା ସାନ ଚାନ୍ଦିଲୀ ପଞ୍ଚାୟତରେ ଅଜଣା ଜ୍ୱର ଆତଙ୍କ ଖେଳାଇ ଦେଇଛି। ଗତ ୩ ଦିନରେ ୪ ଜଣଙ୍କ ଜୀବନ ନେଇଛି। ଏହି ଅଜଣା ଜ୍ୱରର ଜାଲରେ ଏବେ ମଧ୍ୟ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର ଚେତା ପସୁନି। ଗାଁକୁ ମେଡିକାଲ୍‌ ଟିମ୍‌ ଯିବା ପରିବର୍ତ୍ତେ ପାରାସିଟାମଲ୍‌ ଖାଇବାକୁ ଡାକ୍ତର ପରାମର୍ଶ ଦେଉଥିବା ସରପଞ୍ଚ ଅଭିଯୋଗ କରିଛନ୍ତି।

ସାନଚାନ୍ଦିଲୀ ପଞ୍ଚାୟତର ମହିମାପଡ଼ା ଗାଁରେ ୩୦୦ରୁ ଅଧିକ ଲୋକ ବାସ କରନ୍ତି। ସମସ୍ତେ ପ୍ରାୟତଃ ଗରିବ ଓ ମୁଲମଜୁରି ଲାଗି ଚଳନ୍ତି। ଗତ ୧୫ ଦିନ ହେଲା ଏହି ଗାଁରେ ଅଜଣା ଜ୍ୱର ଆତଙ୍କ। ଗାଁ ଲୋକମାନେ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଏହାଛଡ଼ା ସେମାନଙ୍କ ମୁଣ୍ଡବିନ୍ଧା ଓ ଆଣ୍ଠୁଗଣ୍ଠି ବଥା ହୋଇଥାଏ। ସେମାନଙ୍କୁ ମେଡିକାଲ ନିଆଯିବା ରାସ୍ତାରେ ସେମାନଙ୍କ ପ୍ରାଣବାୟୁ ଉଡି ଯାଉଛି ବୋଲି ଅଭିଯୋଗ ହେଉଛି।

ଆଜି ଏହି ଅଜଣା ଜ୍ୱରର ଶିକାର ହୋଇଛନ୍ତି ୪୫ ବର୍ଷୀୟା ପଞ୍ଚମୀ ଦୀପ। ସେହିପରି ସଞ୍ଜୁକ୍ତା କୁମାର(୩୫), ରାଧିକା ନାୟକ(୪୫) ଓ ଲକ୍ଷ୍ମୀ ସବର(୫୫)ଙ୍କର ଗତ ୩ ଦିନ ଭିତରେ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଅଜଣା ଜ୍ୱରରେ ପୀଡ଼ିତ ଥିଲେ। ଏହି ଜ୍ୱରରେ ଏବେ ମଧ୍ୟ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଗାଁ ଲୋକମାନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରୁ ନାହାନ୍ତି। ଏପରି ସମୟରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ମହିମାପଡ଼ା ଗାଁକୁ ଯାଇ ଲୋକଙ୍କ ଦୁର୍ଦ୍ଦଶା ବୁଝୁନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗୁରୁତର ରୋଗୀଙ୍କୁ ମେଡିକାଲ୍‌ରେ ନେବା ପାଇଁ ଆମ୍ୱୁଲାନ୍ସ ବା କୌଣସି ପ୍ରାଇଭେଟ୍‌ ଗାଡି ଗାଁ ଯାଉନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏନେଇ ସାନଚାନ୍ଦିଲୀ ପଞ୍ଚାୟତର ସରପଞ୍ଚ ସୁଆଇ ପେଦାଣ୍ଟି କହିଛନ୍ତି-“ପଞ୍ଚାୟତ ସଦର ମହକୁମାକୁ ଡାକ୍ତର ଆସିଥିଲେ। ସେହି ସମୟରେ ମହିମାପଡ଼ା ଗାଁରେ ଅଜଣା ଜ୍ୱରରେ ଲୋକଙ୍କ ମୃତ୍ୟୁ ନେଇ କହିଥିଲି। ପାରାସିଟାମଲ୍‌ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos