ବାତ୍ୟା ଟଳିଲା, ହେଲେ ଡରାଉଛି ବନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଋଷିକୂଲା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି  ଅନେକ ଅଂଚଳ ଜଳମଗ୍ନ ହୋଇଛି । ଗଂଜାମ, ଗଜପତି ଓ ରାୟଗଡ଼ା ସହ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ଗଜପତି ଜିଲ୍ଲା ମୋହନାର ଲେଡବନ୍ଧ ନଦୀ ଫୁଲି ରାସ୍ତା ଉପରେ ଚାଲୁଛି ୩ ଫୁଟ୍ ଉଚ୍ଚରେ ପାଣି। […]

cccc-8

cccc-8

Tapas Behera
  • Published: Thursday, 11 October 2018
  • Updated: 11 October 2018, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଋଷିକୂଲା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି  ଅନେକ ଅଂଚଳ ଜଳମଗ୍ନ ହୋଇଛି । ଗଂଜାମ, ଗଜପତି ଓ ରାୟଗଡ଼ା ସହ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ଗଜପତି ଜିଲ୍ଲା ମୋହନାର ଲେଡବନ୍ଧ ନଦୀ ଫୁଲି ରାସ୍ତା ଉପରେ ଚାଲୁଛି ୩ ଫୁଟ୍ ଉଚ୍ଚରେ ପାଣି। ଫଳରେ ବ୍ରହ୍ଣପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପାପ୍ତ ହୋଇଛି ।

ଅଠରନଳା ପୋଲ ଉପରେ ବି ୫ ଫୁଟ୍ ଉଚ୍ଚର ଜଳ ପ୍ରବାହିତ ହୋଇଛି । ଏହାଦ୍ୱାରା ମୋହନା ବ୍ଳକର ୮ଟି ପଂଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି ।  ଗତକାଲି ରାତିରୁ  ଏଯାଏଁ ମୋହନାରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।  ସେପଟେ ଗଂଜାମ ଜିଲ୍ଲାର ଆସିକା ଓ ସୋରଡ଼ା ବ୍ଳକ୍‌ରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ରାସ୍ତା ଉପରେ ପାଣି ଚାଲିବା ଯୋଗୁ ଆସିକାରୁ ସୋରଡ଼ାକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ନଳବଣ୍ଟାଠାରେ ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଆସିକା-ବ୍ରହ୍ମପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ଆସିକା-ଦିଗପହଣ୍ଡି ରାସ୍ତାରେ ବି ପାଣି ଚାଲୁଛି । ଗୌଡ଼ଗୋଠ, ଖମାର, ଦାମୋଦରପଲ୍ଲୀ, ଦେଉଳି ଆଦି ତଳିଆ ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଋଷିକୂଲ୍ୟା ବିପଦ ସଙ୍କେତ ଉପରେ ରହିଥିବା ବେଳେ ବଂଶଧାରା ବି ଫୁଲିବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos