୬ ବର୍ଷରେ ୬ ମୁଣ୍ଡ ଗଲାଣି, ତଥାପି ଚେତୁନି ବିଏମସି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ବରମୁଣ୍ଡାରେ ଘଟିଥିବା ଅଘଟଣ ଆଜି ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ। ମୁକୁଳା ଡ୍ରେନ୍ ପାଇଁ ଚାଲିଗଲା ନିରୀହ ଛାତ୍ର ରାଜାର ଜୀବନ। ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ରାଜଧାନୀର ଏଭଳି ମୁକୁଳା ଡ୍ରେନରେ ଭାସି ଏହି ଛାତ୍ରର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ। ଯେଉଁ ବାପା-ମା’ ତା’ର ପିଲାଟିକୁ ବଢ଼ାଇ ବଡ଼ କରିଥିଲେ, ଆଜି ସେମାନଙ୍କ କୋଳ ଖାଲି ହୋଇଯାଇଛି। କେବଳ ରାଜା ନୁହେଁ, ଗଲା ୬ ବର୍ଷ […]

drain

drain

Ranjit Kumar Jena
  • Published: Tuesday, 21 September 2021
  • Updated: 21 September 2021, 08:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ବରମୁଣ୍ଡାରେ ଘଟିଥିବା ଅଘଟଣ ଆଜି ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ। ମୁକୁଳା ଡ୍ରେନ୍ ପାଇଁ ଚାଲିଗଲା ନିରୀହ ଛାତ୍ର ରାଜାର ଜୀବନ। ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ରାଜଧାନୀର ଏଭଳି ମୁକୁଳା ଡ୍ରେନରେ ଭାସି ଏହି ଛାତ୍ରର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ। ଯେଉଁ ବାପା-ମା' ତା'ର ପିଲାଟିକୁ ବଢ଼ାଇ ବଡ଼ କରିଥିଲେ, ଆଜି ସେମାନଙ୍କ କୋଳ ଖାଲି ହୋଇଯାଇଛି। କେବଳ ରାଜା ନୁହେଁ, ଗଲା ୬ ବର୍ଷ ଭିତରେ ମୁକୁଳା ଡ୍ରେନରେ ଗଲାଣି ୬ ଜୀବନ। ତେବେ ଏସବୁ ନିରୀହଙ୍କ ମୃତ୍ୟୁ ପରେ ବି ଚେତୁନାହିଁ ବିଏମସି।

ନିରୀହ ଛାତ୍ର ରାଜାକୁ ଭସାଇ ନେଇଥିବା ଶତାବ୍ଦୀନଗର ଲେନ୍-୭ର ମୁକୁଳା ଡ୍ରେନ୍ ବିଏମସିର ପାରିବା ପଣିଆକୁ ନେଇ ସାଂଘାତିକ ସତ ବଖାଣୁଛି। ଏଠି ସ୍ଥାୟୀ ଡ୍ରେନ୍ ନିର୍ମାଣ ପାଇଁ ବିଏମସି କମିଶନରଙ୍କୁ ବହୁ ବାର ଗୁହାରି କରାଯାଇଥିଲା। କିନ୍ତୁ ବିଏମସି ଅଧିକାରୀମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଅଞ୍ଚଳବାସୀ ନିଜ ଖର୍ଚ୍ଚରେ ଦୁଇଟି ହ୍ୟୁମ୍ ପାଇପ୍ ବସାଇ ଡ୍ରେନ ପାଣି ନିଷ୍କାସନ ବ୍ୟବସ୍ଥା କରିଛନ୍ତି। ଅଞ୍ଚଳବାସୀ କହିଛନ୍ତି, ଯଦି ବିଏମସି ଆମ କଥା ଶୁଣିଥାନ୍ତା, ହୁଏତ ରବିବାର ଏତେ ବଡ଼ ଅଘଟଣ ଘଟିନଥାନ୍ତା।

କେବଳ ଶତାବ୍ଦୀ ନଗରର ମଣିଷଖିଆ ଡ୍ରେନ୍ ନୁହେଁ। ରାଜଧାନୀରେ ଅନେକ ମାଳ ମାଳ ମୁକୁଳା ଡ୍ରେନ୍ ରହିଛି। ସହରରେ ୧୦ଟି ମୁଖ୍ୟ ଡ୍ରେନ୍ ସମେତ ବିଭିନ୍ନ ଓ୍ୱାର୍ଡରେ ବି ରହିଛି ଛୋଟ ବଡ଼ ଡ୍ରେନ୍। ହେଲେ ସେଥିମଧ୍ୟରୁ ଅଧିକାଂଶ ଏବେବି ମୁକୁଳା ଅବସ୍ଥାରେ ପଡ଼ି ରହିଛି। ରାଜଧାନୀର ଅନ୍ୟତମ ପ୍ରବେଶ ପଥ ପଳାଶୁଣୀ ମୁଖ୍ୟ ରାସ୍ତା କଡ଼ ଡ୍ରେନରେ ସ୍ଲାବ୍ ନାହିଁ କି ଗାର୍ଡ ଓ୍ୱାଲ୍ ବି ନାହିଁ। ଡ୍ରେନ୍ ସଫା ପରେ ଯେଉଁ ମାଟି ବାହାରିଛି, ତାହା ସାଜିଛି ଅସ୍ଥାୟୀ ସୁରକ୍ଷା ବାଡ଼।

ସେମିତି ପଳାଶୁଣି-ଚକେଇସିଆଣି କେନାଲ ବନ୍ଧ ରାସ୍ତାରେ ଥିବା ଡ୍ରେନ୍ ଯେ କେତେ ଲୋକଙ୍କୁ ଆହତ କଲାଣି, ତାର ହିସାବ ନାହିଁ। ଝାରପଡ଼ା ଗଣେଶ ମଣ୍ଡପ ସାମ୍ନାରେ ଥିବା ଡ୍ରେନ୍ ଭିତରୁ ବାହାରିଥିବା ଲୁହାଛଡ଼ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ଟିକିଏ ଅନ୍ୟମନସ୍କ ହେଲେ, ସିଧା ଏହି ଲୁହାଛଡ଼ ଦେହରେ ଗଳିଯିବ। କଳ୍ପନା ଛକ ନିକଟ ବ୍ୟସ୍ତ ବହୁଳ କଟକ ରୋଡ଼ରେ ବି ବିନା ସ୍ଲାବରେ ଡ୍ରେନ୍ ମୁକୁଳା ପଡ଼ିଛି। ସେମିତି ପୁରୁଣା ଭୁବନେଶ୍ୱର ବିନ୍ଦୁସାଗର ନିକଟ କେଦାରଗୌରୀ ଛକ, କ୍ୟାପିଟାଲ ହସ୍ପିଟାଲ ସମ୍ମୁଖ, ରେଳ ଷ୍ଟେସନ୍ ମୁଖ୍ୟ ପ୍ରବେଶ ପଥ ଓ ମାଷ୍ଟର କ୍ୟାଣ୍ଟିନ୍ ଛକ ସବୁଠି ଡ୍ରେନ୍ ପଡ଼ିଛି ମୁକୁଳା। ଆଉ ଏସବୁ ମୁକୁଳା ଡ୍ରେନ୍ ସମସ୍ତଙ୍କ ପାଇଁ ମରଣଯନ୍ତା ପାଲଟିଛି।

ଯଦି ଆମେ ତଥ୍ୟକୁ ଦେଖିବା, ତାହେଲେ ବେସରକାରୀ ଅନୁସାରେ ରାଜଧାନୀରେ ପ୍ରାୟ ୮ଶହ କିଲୋମିଟରରୁ ଅଧିକ ଲମ୍ବା ଡ୍ରେନ୍ ଅଛି। ଯେଉଁଥିରୁ ବିଏମସି ଅଧୀନରେ ପ୍ରାୟ ୪ଶହ କିଲୋମିଟର ରହିଛି ଇଡକୋ। ପୂର୍ତ୍ତ ବିଭାଗ ଓ ଏନଏଚଏଆଇ ଅଧୀନରେ ବି ଶହ ଶହ କିଲୋମିଟର ଡ୍ରେନ୍ ରହିଛି। ତେବେ ଉଦବେଗର କଥା ହେଲା ସେଥିରୁ ୬୦ ପ୍ରତିଶତ ଡ୍ରେନରେ ସ୍ଲାବ ନାହିଁ। ଅର୍ଥାତ୍ ପ୍ରାୟ ୫ଶହ କିଲୋମିଟର ଡ୍ରେନ୍ ମୁକୁଳା ପଡିଛି। ସେପଟେ ବରମୁଣ୍ଡା ଡ୍ରେନ୍ ଟ୍ରାଜେଡି ପରେ ବିଏମସି ତଦନ୍ତକାରୀ କମିଟି ଗଠନ କରି ଘଟଣାର ଅନୁଧାନ କରିଛି।

ଅପରପକ୍ଷରେ ରାଜଧାନୀର ଡ୍ରେନ୍ ଟ୍ରାଜେଡିକୁ ନେଇ ବିଧାନସଭା ଗୃହ କମିଟି ଉଦେବଗ ପ୍ରକାଶ କରିଛି। ବର୍ଷା ବେଳେ ଉଭୟ କଟକ ଓ ଭୁବନେଶ୍ୱରର ମୁକୁଳା ପଡ଼ିଥିବା ବହୁ ଡ୍ରେନ୍ ଲୋକଙ୍କ ଜୀବନ ନେଉଥିବାରୁ ଏ ସମସ୍ୟାର ସମାଧାନ ଲାଗି ତତ୍ପରତା ପ୍ରକାଶ କରିଛି ଗୃହ କମିଟି। ଆଗାମୀ ୫ ତାରିଖରେ BMC ଓ CMC କମିଶନର, ଡ୍ରେନେଜ ଯନ୍ତ୍ରୀ, ଜାଇକା କର୍ତ୍ତୃପକ୍ଷ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଛି। ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ବର୍ଷା ବେଳେ ଡ୍ରେନ୍ ସମସ୍ୟା ଓ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ନେଇ ଆଲୋଚନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story