ରାଜଧାନୀରେ ମୃତ୍ୟୁ ଡାକୁଛି ମୁକୁଳା ଡ୍ରେନ୍!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକିଏ ବର୍ଷା ହେଲେ ଅଣ୍ଟାଏରୁ ଉପରେ ପାଣି। ଯାହା ପରେ ଯାତାୟତ ଠପ୍ ପଡ଼ିଯାଉଛି। ତା’ ପୁଣି ସ୍ମାର୍ଟ ସିଟି ଭୁବନେଶ୍ୱରରେ। ଯେଉଁ ସ୍ମାର୍ଟ ସିଟିକୁ ନେଇ ବିଏମସି ସବୁଠି ପ୍ରଶଂସା ସାଉଁଣ୍ଟୁଥିଲା, ଆଜି ସେହି ସ୍ମାର୍ଟ ସିଟିର ନଗ୍ନ ଚିତ୍ର ପଦାରେ ପଡ଼ିଛି। ବର୍ଷା ପରେ ରାଜଧାନୀରେ ଏବେ ମରଣଯନ୍ତା ପାଟଲିଛି ମୁକୁଳା ଡ୍ରେନ୍। ରବିବାର ଡ୍ରେନରେ ଭାସିଯାଇ ୧୫ ବର୍ଷର ବାଳକ ରାଜାର ମୃତ୍ୟୁ ପରେ ଏବେ ରାଜଧାନୀରେ ଡ୍ରେନ୍ […]

bmc-drain

Ranjit Kumar Jena
  • Published: Monday, 20 September 2021
  • , Updated: 20 September 2021, 08:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକିଏ ବର୍ଷା ହେଲେ ଅଣ୍ଟାଏରୁ ଉପରେ ପାଣି। ଯାହା ପରେ ଯାତାୟତ ଠପ୍ ପଡ଼ିଯାଉଛି। ତା’ ପୁଣି ସ୍ମାର୍ଟ ସିଟି ଭୁବନେଶ୍ୱରରେ। ଯେଉଁ ସ୍ମାର୍ଟ ସିଟିକୁ ନେଇ ବିଏମସି ସବୁଠି ପ୍ରଶଂସା ସାଉଁଣ୍ଟୁଥିଲା, ଆଜି ସେହି ସ୍ମାର୍ଟ ସିଟିର ନଗ୍ନ ଚିତ୍ର ପଦାରେ ପଡ଼ିଛି। ବର୍ଷା ପରେ ରାଜଧାନୀରେ ଏବେ ମରଣଯନ୍ତା ପାଟଲିଛି ମୁକୁଳା ଡ୍ରେନ୍। ରବିବାର ଡ୍ରେନରେ ଭାସିଯାଇ ୧୫ ବର୍ଷର ବାଳକ ରାଜାର ମୃତ୍ୟୁ ପରେ ଏବେ ରାଜଧାନୀରେ ଡ୍ରେନ୍ ବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏପରିକି ଏବେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି।

ଦୀର୍ଘ ୭ ବର୍ଷ ଧରି ଲୋକଙ୍କ ଯାତାୟତ ବିପଦପୂର୍ଣ୍ଣ ଭାବେ ଚାଲିଥିଲା। ମାତ୍ର ୨ ଫୁଟ୍ ହ୍ୟୁମ୍ ପାଇପରେ ମୁଖ୍ୟ ଡ୍ରେନ୍ ପାଣି ଯାଉଥିଲା। ହେଲେ ରବିବାର ନିରୀହ ଛାତ୍ର ରାଜାର ଯେଉଁଭଳି ଭାବେ ଦୁଃଖଦ ମୃତ୍ୟୁ ଘଟିଲା, ଏହା କେବଳ ତା ପରିବାରକୁ ଆଘାତ ଦେଇନାହିଁ ବରଂ ସ୍ମାର୍ଟ ସିଟିକୁ ନେଇ ଡିଣ୍ଡିମ ପିଟା ସ୍ଲୋଗାନ ଭିତରେ ଲୁଚିଥିବା ଭୟଙ୍କର ସତ ସମ୍ପର୍କରେ ପ୍ରଶାସନକୁ ପ୍ରଶ୍ନ କରିବାକୁ ବାଧ୍ୟ କରିଛି।

ରାଜଧାନୀ ବାସୀଙ୍କୁ ଗଲା ୬ବର୍ଷ ଭିତରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନରେ ୫ରୁ ଅଧିକ ଜୀବନହାନୀ ହୋଇଛି। ଏହା ପରେ ବି ବିଏମସି କେଉଁ ପଦକ୍ଷେପ ନେଇଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ରାଜଧାନୀରେ ଅନେକ ସ୍ଥାନରେ ମୁକୁଳା ଡ୍ରେନ୍ ରହିଛି। ରାଜଧାନୀର ହାର୍ଟ କୁହାଯାଉଥିବା ୟୁନିଟ୍-୮ ଅଞ୍ଚଳର ସୌଭାଗ୍ୟ ନଗରରେ ଥିବା ଡ୍ରେନରେ ଟିକିଏ ଅସାବଧାନ ହେଲେ ରବିବାର ଭଳି ସ୍ଥିତି ଉପୁଜିବା ସମ୍ଭାବନା ରହିଛି।

ଠିକ୍ ସେମିତି ଆଇଆରସି ହାଇସ୍କୁଲ ପାଖରେ ଡ୍ରେନ୍ ଉପରେ ଖଣ୍ଡେ ସ୍ଲାବ ନାହିଁ। ଏଠାରେ ସବୁବେଳେ ପିଲାଙ୍କ ଯାଆସ ଜାରି ରହିଥାଏ। କେତେବେଳେ କି ଅଘଟଣ ଘଟିବ, ସେକଥା ଠିକ୍ ଅନୁମେୟ। ଆଉ ରାଜଧାନୀର ଭିଆଇପି ଏରିଆ ଆଇଆରସି ଭିଲେଜ୍ ଏନ୍-୪ ଛକ ତିନି ଆଡୁ ରାସ୍ତା ଉପରେ ମୁକୁଳା ଡ୍ରେନ୍ ରହିଛି। ସ୍ଥାନୀୟ ଲୋକ କହୁଛନ୍ତି, ବିଏମସି ମୁକୁଳା ପକାଇଛି। ଯଦି ଆମେ ସ୍ଲାବ ପକାଇବାକୁ ଚାହୁଁଛୁ, ତାହା କରାଇ ଦିଆଯାଉନି। ମେ’ ଫେୟାର ହୋଟେଲ ପାଖରେ ବିରାଟ ଡ୍ରେନ୍ ଅଛି, ହେଲେ ବାଡ଼ ନାହିଁ କି ସ୍ଲାବ ନାହିଁ। ତେବେ ଏସବୁ ଡ୍ରେନ୍ କେବେ କାହା ପାଇଁ ମୃତ୍ୟୁ ଆଣିଦେବ, ତାହା କହିହେବ ନାହିଁ।

ରାଜଧାନୀରେ ନରହନ୍ତା ଡ୍ରେନେଜ ବ୍ୟବସ୍ଥା ଓ ରାଜାର ମୃତ୍ୟୁକୁ ନେଇ ରାଜନୀତି ଘନେଇଛି। ସୋମବାର ଭୁବନେଶ୍ୱର ଜିଲ୍ଲା ବିଜେପି ବିଏମସି ଅଫିସ୍ ଘେରାଉ କରିଛି। ଦଳର ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ପୁଲିସ୍ ବାଧା ଦେବାରୁ ଧସ୍ତାଧସ୍ତି ଓ ଠେଲାପେଲା ମଧ୍ୟ ହୋଇଥିଲା। ରାଜଧାନୀରେ ଏଭଳି ସ୍ଥିତି ପାଇଁ ବିଜେପି ବିଏମସି ଉପରେ ବର୍ଷିବା ସହ ଗତକାଲିର ଘଟଣା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛି। ଏହି ଘଟଣାରେ ବିଜେପି ବିଏମସି କମିଶନରଙ୍କୁ ଗିରଫ ଓ ମୃତ ଛାତ୍ରଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି।

କଂଗ୍ରେସ୍ ବି ଛାତ୍ର ଭାସିଯିବା ଘଟଣାରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଜି ଡିସିପିଙ୍କୁ ଭେଟି ଦଳର ନେତାମାନେ ବିଏମସି କମିଶନର ଓ ସ୍ୱେରେଜ ବୋର୍ଡ ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେପଟେ ବିଜେଡି ବିଧାୟକ ତଥା ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନରାୟଣ ଜେନା ବିତଣ୍ଡା ଯୁକ୍ତି ରଖି ଏହାକୁ ଏକ ଦୁର୍ଘଟଣା ବୋଲି କହିବା ସହ ଦୋଷ ଦୈବ ଦୁର୍ବିପାକ ମୁଣ୍ଡରେ ଲଦିଛନ୍ତି। ତାସହ ମୃତ ଛାତ୍ର ଜ୍ୟୋତି ପ୍ରକାଶଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କାର ସହୟତା ଦିଆଯିବା ନେଇ ଘୋଷଣା କରିଛନ୍ତି।

Related story