ଖୋର୍ଦ୍ଧା ଜିଲ୍ଲାପାଳଙ୍କର ହେଲା କରୋନା ଟେଷ୍ଟ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ ମହାନ୍ତିଙ୍କର କୋଭିଡ୍ ଟେଷ୍ଟ ହୋଇଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ନୂ‌ଆ କରି ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କର କୋଭିଡ ଚେଷ୍ଟ କରାଯାଇଛି। ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସ୍‌ପି ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସିଧାସଳଖ ଏସ୍‌ପିଙ୍କ ସଂସ୍ପର୍ଶରେ ଆସିଥିବାରୁ ଜିଲ୍ଲାପାଳଙ୍କ କରୋନା ଚେଷ୍ଟ କରାଯାଇଛି। ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସରେ ଅନ୍ୟାନ୍ୟ କର୍ମଚାରୀଙ୍କର ମଧ୍ୟ କୋଭିଡ […]

kkkkkkkkkkkkkk

Tapaswini Nayak
  • Published: Friday, 07 August 2020
  • , Updated: 07 August 2020, 01:39 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ ମହାନ୍ତିଙ୍କର କୋଭିଡ୍ ଟେଷ୍ଟ ହୋଇଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ନୂ‌ଆ କରି ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କର କୋଭିଡ ଚେଷ୍ଟ କରାଯାଇଛି।

ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସ୍‌ପି ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସିଧାସଳଖ ଏସ୍‌ପିଙ୍କ ସଂସ୍ପର୍ଶରେ ଆସିଥିବାରୁ ଜିଲ୍ଲାପାଳଙ୍କ କରୋନା ଚେଷ୍ଟ କରାଯାଇଛି। ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସରେ ଅନ୍ୟାନ୍ୟ କର୍ମଚାରୀଙ୍କର ମଧ୍ୟ କୋଭିଡ ଚେଷ୍ଟ ହୋଇଛି। ଜିଲ୍ଲାପାଳଙ୍କ ଡ୍ରାଇଭର, ପିଏସଓ, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ କୋଭିଡ ଟେଷ୍ଟ କରାଇଛନ୍ତି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇଥିବା ଗତକାଲି ଖୋଦ ଏସ୍‌ପି ସୂଚନା ଦେଇଥିଲେ।

Related story