ବର୍ଷକ ପରେ ବିଧାନସଭା ଆସିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ ମସିହା ମାର୍ଚ୍ଚ ମାସରେ ରାଜ୍ୟରେ କୋଭିଡ-୧୯ ମହାମାରୀ କଟକଣା ଲାଗୁ ହେବା ପରଠୁ ସରକାରୀ କାର୍ଯ୍ୟରେ ସଚିବାଳୟ ଓ ଯାଉନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ଆସିଛନ୍ତି। ୨୦୨୧ ଫେବୃୟାରୀ ୧୮ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ମୁଖ୍ୟମନ୍ତ୍ରୀ ଶେଷଥର ବିଧାନସଭା ଆସିଥିଲେ ବୋଲି ଜଣାପଡ଼ିଛି। ଆଜିଠୁ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ଦଳୀୟ ବିଧାୟକ ଓ ନେତାମାନଙ୍କଠୁ ପ୍ରତ୍ୟକ୍ଷ ଭାବେ ଦୂରେଇ […]

CM

Ordigital Desk
  • Published: Friday, 25 March 2022
  • , Updated: 25 March 2022, 06:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ ମସିହା ମାର୍ଚ୍ଚ ମାସରେ ରାଜ୍ୟରେ କୋଭିଡ-୧୯ ମହାମାରୀ କଟକଣା ଲାଗୁ ହେବା ପରଠୁ ସରକାରୀ କାର୍ଯ୍ୟରେ ସଚିବାଳୟ ଓ ଯାଉନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ଆସିଛନ୍ତି। ୨୦୨୧ ଫେବୃୟାରୀ ୧୮ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ମୁଖ୍ୟମନ୍ତ୍ରୀ ଶେଷଥର ବିଧାନସଭା ଆସିଥିଲେ ବୋଲି ଜଣାପଡ଼ିଛି।

ଆଜିଠୁ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ଦଳୀୟ ବିଧାୟକ ଓ ନେତାମାନଙ୍କଠୁ ପ୍ରତ୍ୟକ୍ଷ ଭାବେ ଦୂରେଇ ରହିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହି ଅଧିବେଶନ ସମୟରେ ବିରୋଧୀ ଦଳର କିଭଳି ମୁକାବିଲା କରାଯିବ ସେ ନେଇ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଅବଶ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ବିଧାନସଭାକୁ ଆସୁନଥିଲେ ମଧ୍ୟ ସେ ଭର୍ଚୁଆଲରେ ଗୃହ କାର୍ଯ୍ୟରେ ସାମିଲ ହୋଇଥାନ୍ତି। ଶ୍ରୀ ପଟ୍ଟନାୟକଙ୍କୁ ଆଜି ତାଙ୍କ ବିଧାନସଭାସ୍ଥିତ ଚାମ୍ବରରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ସାକ୍ଷାତ କରିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ସରକାର ତାହା ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରତି ଅବହେଳା, ତୈଳଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରସଙ୍ଗକୁ ଗୃହରେ ବିଜେଡି ଉଠାଇବ ।

Related story