- Videos
- Odisha
- ଡାକ୍ତରଖାନା ଯିବା ବାଟରେ କ’ଣ କହୁଛନ୍ତି ପ୍ରାଣକୃଷ୍ଣ, ଶୁଣନ୍ତୁ
ଡାକ୍ତରଖାନା ଯିବା ବାଟରେ କ’ଣ କହୁଛନ୍ତି ପ୍ରାଣକୃଷ୍ଣ, ଶୁଣନ୍ତୁ
- Published: Thursday, 17 May 2018
- , Updated: 17 May 2018, 05:02 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): “ସକାଳ ୭ଟା ବେଳେ ସେ ଘରୁ ବାହାରିଥିଲି। ସବୁଦିନ ନ ହେଲେ ବି ମଝିରେ ମଝିରେ ଏଠାକୁ ଆସି ମୁଁ କାମ କରେ। ଆଜି ବି ସେମିତି ଆସିଥିଲି। ହେଲେ ପାଇପ୍‌ ଭିତରେ ଶିଉଳି ଥିବାରୁ ହାତ ଖସିଗଲା। ଆଉ ମୁଁ ପାଣି ମାଡ଼ରେ ଠେଲି ହୋଇଗଲି।”</p>
<p>କଟକ ପୋଲିସ ସିଗ୍ନାଲ ମୁଖ୍ୟାଳୟ ନିକଟ ପାଇପରୁ ସୁରକ୍ଷିତ ଭାବେ ଉଦ୍ଧାର ହେବାପରେ ଗଣମାଧ୍ୟମକୁ ଏ କଥା କହିଛନ୍ତି ବୃଦ୍ଧ ପ୍ରାଣକୃଷ୍ଣ। ଆମ୍ୱୁଲାନ୍ସରେ ଚଢିବା ଆଗରୁ ତାଙ୍କୁ ଷ୍ଟ୍ରେଚରରେ ସଳଖ ଶୁଆଇ ନିଆଯାଉଥିବା ବେଳେ ଏହି କଥା ସେ କହିଛନ୍ତି।</p>
<p>ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଆଜି ସକାଳେ କଟକ ପୋଲିସ ସିଗ୍ନାଲ ମୁଖ୍ୟାଳୟ ନିକଟ ପାଇପରେ ଫସିଯାଇଥିଲେ ପ୍ରାଣକୃଷ୍ଣ ମୁଦୁଲି। ନାଳ ସଫା କରୁଥିବା ବେଳେ ପାଇପ ଭିତରକୁ ଠେଲି ହୋଇଯାଇଥିଲେ। ହଠାତ୍‌ ପାଣି ଖୋଲି ଦିଆଯିବାରୁ ଜଳସ୍ରୋତରେ ସେ ଠେଲି ହୋଇଯାଇଥିଲେ । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>