ଟମାଟୋ ପରେ ପିଆଜ ଚଡ଼କ: ପୂର୍ବରୁ କାଟିଲା ବେଳେ ଲୁହ ବାହାରୁଥିଲା, ଏବେ କିଣିବା ବେଳେ ବାହାରିବ

ଭୁବବନେଶ୍ୱର: ପିଆଜ କାଟିବା ବେଳେ ଆଖିରୁ ଲୁହ ବାହାରୁଥିଲା, ଏବେ କିଣିବା ବେଳେ ବାହାରୁଛି। ହଠାତ୍‌ ପିଆଜର ଦାମ୍ ପ୍ରାୟ ୨ ଗୁଣା ବଢ଼ିଛି। ରାଜଧାନୀ ସମେତ ଅନେକ ସ୍ଥାନରେ ଆଜି ୨୨ ଟପିଛି ପିଆଜ ରେଟ୍। ଦର ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗ କିଛି ସ୍ଥାନରେ ରେଡ୍ କରିଥିବା ବେଳେ କଟକରେ ମୈତ୍ରୀ ଷ୍ଟୋରଗୁଡିକରେ ପିଆଜ ବିକ୍ରି ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଗଣିଆ ଗୋଦାମ ପୁରା ଖାଲି ପଡିଛି। ସେହିପରି କଟକ ଛତ୍ରବଜାରରେ ଆଜି ହୋଲସେଲ୍ […]

onion14

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 08:17 PM IST

ଭୁବବନେଶ୍ୱର: ପିଆଜ କାଟିବା ବେଳେ ଆଖିରୁ ଲୁହ ବାହାରୁଥିଲା, ଏବେ କିଣିବା ବେଳେ ବାହାରୁଛି। ହଠାତ୍‌ ପିଆଜର ଦାମ୍ ପ୍ରାୟ ୨ ଗୁଣା ବଢ଼ିଛି। ରାଜଧାନୀ ସମେତ ଅନେକ ସ୍ଥାନରେ ଆଜି ୨୨ ଟପିଛି ପିଆଜ ରେଟ୍। ଦର ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗ କିଛି ସ୍ଥାନରେ ରେଡ୍ କରିଥିବା ବେଳେ କଟକରେ ମୈତ୍ରୀ ଷ୍ଟୋରଗୁଡିକରେ ପିଆଜ ବିକ୍ରି ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଗଣିଆ ଗୋଦାମ ପୁରା ଖାଲି ପଡିଛି। ସେହିପରି କଟକ ଛତ୍ରବଜାରରେ ଆଜି ହୋଲସେଲ୍ ରେଟ୍ ୧୭ ଥିବା ବେଳେ ଖୁଚୁରା ୨୦ରେ ବିକ୍ରି ହେଉଛି। ବାଲେଶ୍ୱରରେ ବି ଏକା ଦର୍। ଅଚାନକ୍ ଏଭଳି ଦରବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଉପରେ ଚଡ଼କ ପଡିଛି।

ଅନ୍ୟପଟେ ବ୍ୟବସାୟୀ ସଂଘ ପିଆଜ ଦର ବଢିବାର ବିଭିନ୍ନ କାରଣ ଦର୍ଶାଇଛନ୍ତି। ଆନ୍ଧ୍ରରେ ବନ୍ୟା ଯୋଗୁ ୬୦ ପ୍ରତିଶତ ଫସଲ କ୍ଷତି ହେବାସହ ମଧ୍ୟପ୍ରଦେଶରେ ୧୦୦ କୋଟି ଟଙ୍କାର ଷ୍ଟୋରେଜ୍ ପିଆଜ ନଷ୍ଟ ହୋଇଛି। ଏହାସହ  ଅତ୍ୟଧିକ ପରିମାଣର ପିଆଜ ବାଲାଂଦେଶକୁ ରପ୍ତାନୀ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ତାଛଡ଼ା ନାସିକ୍‌ରେ ପିଆଜ୍ ଦର ଉଚ୍ଚା ରହୁଥିବାରୁ ଓଡିଶାକୁ ଆମଦାନୀ ପରେ କୁଇଣ୍ଟାଲ ପ୍ରତି ପାଇକାରୀ ମୂଲ୍ୟ ୧୭ଶହ ଟଙ୍କା ରହୁଛି। ଏପଟେ ପାଇକାରୀ ମୂଲ୍ୟ ଠାରୁ ଏକ ଟଙ୍କା ଅଧିକରେ ଖୁଚୁରା ବ୍ୟବସାୟୀ, ପିଆଜ ବିକ୍ରି କରିବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। କିନ୍ତୁ ସରକାର ଯେଉଁ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସେଥିରେ ବ୍ୟବସାୟ କରିବା ଅସମ୍ଭବ ବୋଲି ଯୁକ୍ତି ଦର୍ଶାଇଛି ବ୍ୟବସାୟୀ ସଂଘ।

ସେପଟେ ପିଆଜର କଳାବଜାର ରୋକିବା ଲାଗି କିଛି ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ଏହାବ୍ୟତିତ ଦର ନିୟନ୍ତ୍ରଣ ପାଇଁ ଆସନ୍ତାକାଲିଠାରୁ ମୈତ୍ରୀ କାଉଣ୍ଟରରେ ପିଆଜ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Related story