ବୃଦ୍ଧାଙ୍କୁ ମିଳିଲା ନ୍ୟାୟ, ପାଇଲେ ୨୬ ବର୍ଷର ବକେୟା ପେନ୍‌ସନ୍‌

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀ ମୃତ୍ୟୁର ଦୀର୍ଘ ବର୍ଷ ପରେ ବୃଦ୍ଧାଙ୍କୁ ମିଳିଲା ନ୍ୟାୟ। ହାଇକୋର୍ଟଙ୍କ ରାୟ ପରେ ୮୯ ବର୍ଷୀୟ ବୃଦ୍ଧା ଲଳିତା ମହାନ୍ତି ଏକାବେଳକେ ପାଇଲେ ୨୬ ବର୍ଷର ବକେୟା ପେନସନ୍ ଟଙ୍କା।  କର୍ତ୍ତୃପକ୍ଷଙ୍କ ବିରୋଧରେ ୧୧ ବର୍ଷ ତଳେ ଦାଏର ହୋଇଥିବା ମାମଲାରେ ରାୟ ଆସିବା ପରେ ଲଳିତାଙ୍କୁ ତାଙ୍କ ପେନସନ୍ ବାବଦରେ ସମସ୍ତ ଅର୍ଥ ଦିଆଯାଇଛି। ରାଜ୍ୟ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ OSRTCର ବରିଷ୍ଠ ଅଧିକାରୀ ବୃଦ୍ଧାଙ୍କ ଘରେ […]

pension

Madhupriya Mistry
  • Published: Friday, 23 September 2022
  • , Updated: 23 September 2022, 05:12 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀ ମୃତ୍ୟୁର ଦୀର୍ଘ ବର୍ଷ ପରେ ବୃଦ୍ଧାଙ୍କୁ ମିଳିଲା ନ୍ୟାୟ। ହାଇକୋର୍ଟଙ୍କ ରାୟ ପରେ ୮୯ ବର୍ଷୀୟ ବୃଦ୍ଧା ଲଳିତା ମହାନ୍ତି ଏକାବେଳକେ ପାଇଲେ ୨୬ ବର୍ଷର ବକେୟା ପେନସନ୍ ଟଙ୍କା।  କର୍ତ୍ତୃପକ୍ଷଙ୍କ ବିରୋଧରେ ୧୧ ବର୍ଷ ତଳେ ଦାଏର ହୋଇଥିବା ମାମଲାରେ ରାୟ ଆସିବା ପରେ ଲଳିତାଙ୍କୁ ତାଙ୍କ ପେନସନ୍ ବାବଦରେ ସମସ୍ତ ଅର୍ଥ ଦିଆଯାଇଛି।

ରାଜ୍ୟ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ OSRTCର ବରିଷ୍ଠ ଅଧିକାରୀ ବୃଦ୍ଧାଙ୍କ ଘରେ ପହଞ୍ଚି ପେନସନ ବାବଦକୁ ଥିବା ସମସ୍ତ ୧୬ ଲକ୍ଷ ୧ ହଜାର ୮୪୬ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱର ଅଡର ବଜାର ବାଲିବିଲ ଗାଁରେ ରହୁଥିବା ଲଳିତା ମହାନ୍ତିଙ୍କ ସ୍ୱାମୀ ଭୀମସେନ ମହାନ୍ତି OSRTCରେ ଟ୍ରାଫିକ ଇନସ୍ପେକ୍ଟର ଭାବେ କାମ କରୁଥିଲେ। ସ୍ୱାମୀଙ୍କ ମୃତ୍ୟୃ ପରଠୁ ତାଙ୍କ ପତ୍ନୀ ଲଳିତା ପେନସନ୍ ପାଇବା କଥା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା କରି ପେନସନ୍ ପ୍ରଦାନ ନକରିବାରୁ ୨୦୦୯ରେ ହାଇକୋର୍ଟ ଯାଇଥିଲେ ଲଳିତା।

ଦୀର୍ଘ ୧୩ ବର୍ଷ ପରେ ମାମଲାର ଚୂଡ଼ାନ୍ତ ଶୁଣାଣି କରି ଲଳିତାଙ୍କୁ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଫ୍ୟାମିଲି ପେନସନ ପାଇବା ପାଇଁ ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ପରେ ଶେଷରେ ଲଳିତ ମହାନ୍ତିଙ୍କୁ ମିଳିଛି ନ୍ୟାୟ। ପରେ ସେପଟେମ୍ବର ୧୨ରେ OSRTCର ସିଏମଡି ବ୍ୟକ୍ତିଗତ ଭାବେ ଲଳିତାଙ୍କୁ ୧୬ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି।

ତେବେ ଅଦାଳତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାକୁ ଏତେ ବିଳମ୍ବ ହୋଇଥିବାରୁ ମହିଳାଙ୍କ ନିକଟରେ ଦୁଃଖ ପ୍ରକାଶ କରିଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ଉଲ୍ଲେଖ କରି ହାଇକୋର୍ଟ କହିଛନ୍ତି, 'ପେନସନ୍ ଏକ ଅନୁଗ୍ରହ ନୁହେଁ। ଯେପରି ରାଜ୍ୟରେ ଜଣେ ବି ହିତାଧିକାରୀ ପେନସନ୍ ପାଇବାରୁ ବଞ୍ଚିତ ନହେବେ, ସେଥିପାଇଁ ହାଇକୋର୍ଟ ସମସ୍ତ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି। ପ୍ରୋଭିଜନାଲ୍ ପେନ୍‌ସନ୍‌ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Related story