ପଶ୍ଚିମ, ଦକ୍ଷିଣ ଓ ଉତ୍ତର ପରେ ଏବେ ପୂର୍ବ ଉପରେ କରୋନାର ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଭାରତରେ କରୋନାର ବିସ୍ଫୋରଣ ପରେ ଏବେ ପୂର୍ବ ଭାରତରେ ବି ଏହା କରାଳ ରୂପ ଧାରଣ କରିବାଲେ ଲାଗିଛି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୦ ହଜାର ୫୨୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଇଛି ୧୭ ଜୀବନ । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ଖାସ୍ ସେଥିଲାଗି କେନ୍ଦ୍ର ସରକାର ଓଡ଼ିଶା ସମେତ ପୂର୍ବ ଭାରତର ପାଞ୍ଚ ରାଜ୍ୟ ସହ ସମୀକ୍ଷା ବୈଠକ […]

Covid19

Covid19

Tapas Behera
  • Published: Thursday, 06 May 2021
  • Updated: 06 May 2021, 08:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଭାରତରେ କରୋନାର ବିସ୍ଫୋରଣ ପରେ ଏବେ ପୂର୍ବ ଭାରତରେ ବି ଏହା କରାଳ ରୂପ ଧାରଣ କରିବାଲେ ଲାଗିଛି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୦ ହଜାର ୫୨୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଯାଇଛି ୧୭ ଜୀବନ । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ଖାସ୍ ସେଥିଲାଗି କେନ୍ଦ୍ର ସରକାର ଓଡ଼ିଶା ସମେତ ପୂର୍ବ ଭାରତର ପାଞ୍ଚ ରାଜ୍ୟ ସହ ସମୀକ୍ଷା ବୈଠକ କରି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଅଧିକ ମାନବ ସମ୍ବଳ ସହ ଭିତ୍ତିଭୂମି ସଜାଡିବାକୁ କହିଥିବା ବେଳେ ରାଜ୍ୟ ସରକାର ୩୦ ହଜାର ଅକ୍ସିଜେନ ସିଲିଣ୍ଡର ଓ ଅଧିକ ଟେଷ୍ଟିଂ କିଟ୍ ଦାବି କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟର କେନ୍ଦ୍ରୀୟ PSUଗୁଡ଼ିକର ମୁଖ୍ୟ ସହ କୋଭିଡ୍ ପରିଚାଳନା ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କରିଛନ୍ତି।

ମେ୧ରେ  ୧୦, ୪୧୩, ୨ରେ ୮୦୧୫, ୩ରେ 8914, ୪ରେ 8216, ୫ରେ 9889 ଓ ଆଜି ୧୦, ୫୨୧  । ମେ ମାସର ପ୍ରଥମ ୬ ଦିନରେ ଚିହ୍ନଟ ହେଲେଣି ୫୫ ହଜାର ୯୬୮ କୋଭିଡ୍ ଆକ୍ରାନ୍ତ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତି ସଙ୍ଗୀନ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୭ ଜୀବନ । ଆଗକୁ ସ୍ଥିତି ଆହୁରି ବିଗିଡିପାରେ । ଦେଶର ଅନ୍ୟ ଭାଗରେ ତାଣ୍ଡବ ରଚିବା ପରେ ପୂର୍ବ ଭାରତରେ ବି କରୋନା ଧିରେ ଧିରେ ଏହାର କରାଳ ରୂପ ଦେଖାଇବା ଆରମ୍ଭ କଲାଣି।  ତେଣୁ କେନ୍ଦ୍ର ସରକାରଙ୍କ ଫୋକସରେ ଏବେ ପୂର୍ବ ଭାରତ ରାଜ୍ୟ ସମୂହ । ସେଥିପାଇଁ ଗତକାଲି ଓଡ଼ିଶା,ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଆସାମର ସ୍ଥିତି ନେଇ ସମୀକ୍ଷା କରିଥିଲେ କେନ୍ଦ୍ର ସରକାର ।

ଅଧିକ ମାନବ ସମ୍ବଳ ସହ ଭିତ୍ତିଭୂମି ସଜାଡିବା ଏବଂ କ୍ଲିନିକାଲ ମ୍ୟାନେଜମେଣ୍ଟ ନେଇ ପରାମର୍ଶ ଦେଇଛି କେନ୍ଦ୍ର । MBBS  ଓ ନର୍ସିଂର ଅନ୍ତିମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ କାମରେ ଲଗାଇବାକୁ କୁହାଯାଇଛି। ୨୦ ପ୍ରତିଶତ ପଜିଟିଭ୍ ହାର ଥିବା ଜିଲ୍ଲାଗୁଡ଼ିକ ଉପରେ ରହିବ ଫୋକସ୍ । ପରୀକ୍ଷଣ, ସଙ୍ଗରୋଧ,ଚିକିତ୍ସା, ଅଧିକ ଭିଡ଼ ନଜମାଇବା ଓ ଆବଶ୍ୟକ ଦେଖି କଣ୍ଟେନମେଣ୍ଟ କରିବାକୁ ବି କୁହାଯାଇଛି । ସେପଟେ କୋଭିଡ୍ ମୁକାବିଲା ଲାଗି ରାଜ୍ୟ ସରକାର ୩୦ ହଜାର ଅକ୍ସିଜେନ ସିଲିଣ୍ଡର, ଅଧିକ ଟେଷ୍ଟିଂ କିଟ୍ ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଲାଗି ୧୫ ଲକ୍ଷ ଡୋଜ୍ ଯୋଗାଇଦେବାକୁ ଦାବି କରିଛନ୍ତି। ସେପଟେ ରାଜ୍ୟରେ କୋଭିଡ୍ ପରିଚାଳନା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇସୋଲେସନ୍ ବେଡ୍‌ର କ୍ଷମତା ବୃଦ୍ଧି କରିବା, ଆଇସିୟୁ ଓ ଅକ୍ସିଜେନ୍ ସଂଯୁକ୍ତ ବେଡ୍‌କୁ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଭିଡିଓ କନ୍‌ପରେନସିଂ ଜରିଆରେ ହୋଇଥିବା ଏହି ବୈଠକରେ ରାଜ୍ୟର କେନ୍ଦ୍ରୀୟ ପିଏସ୍ୟୁଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କି କ୍ଷେତ୍ରର ପ୍ରମୁଖ ଅଧତ୍କାରୀ ସାମିଲ ହୋଇଥିଲେ ରାଜ୍ୟରେ ଟେଷ୍ଟିଂ ବୃଦ୍ଧି ସହ ଟିକାକରଣ ଉପରେ ଗୁରୁତ୍ୱ ଦେଇଥିଲେ ଧର୍ମେନ୍ଦ୍ର।

ସେପଟେ ଦ୍ୱିତୀୟ ଲହର ପ୍ରକୋପ କମିନଥିବା ବେଳେ କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି ଗତକାଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ କହିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଆମେ ତୃତୀୟ ଲହର କଥା ଚିନ୍ତା ନକରି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ଦେବା ଉଚିତ୍ । କେରଳ ଓ ଛତିଶଗଡ଼ ଭଳି ରାଜ୍ୟରେ ଦୈନିକ ହଜାର ହଜାର ପଜିଟିଭ୍ ଚିହ୍ନଟ ହେଉଥିବାରୁ ଓଡ଼ିଶାରେ ବି ସେଭଳି ମାତ୍ରାରେ ପଜିଟିଭ୍ ଚିହ୍ନଟ ହୋଇପାରନ୍ତି ବୋଲି ସେ ଆକଳନ କରିଛନ୍ତି।

ରାଜ୍ୟରେ ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟ୍ଡାଉନ୍  ପରେ ଏବେ ୧୪ ଦିନିଆ ଲକ୍‌ଡାଉନ୍ ଜାରି ହୋଇଛି । ହେଲେ ସଂକ୍ରମଣ ଥମୁନାହିଁ । କୋଭିଡ୍ ମୃତ୍ୟୁ ସଂଖ୍ୟା ବି ବଢୁଛି । ତେଣୁ ସମସ୍ତଙ୍କୁ ଟିକା ନେବା ସହିତ କୋଭିଡ୍ ନିୟମ ମାନି ସତର୍କ ହୋଇ ଚଳିବାକୁ ପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story