ଟିକା ନେବାପରେ ବି ୦.୧୭% ଲୋକ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକା ନେବା ପରେ ମଧ୍ୟ କରୋନା ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଭଳି ସଂକ୍ରମିତ ସଂଖ୍ୟା ୦.୧୭% ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାସହିତ ରାଜ୍ୟର ସବୁ ଜିଲ୍ଲାରେ ଚଳିତମାସ ଶେଷ ସୁଦ୍ଧା ଆରଟି-ପିସିଆର ଟେଷ୍ଟ ପାଇଁ ଲାବ୍ରୋଟୋରୀ କାର୍ଯ୍ୟକ୍ଷମ ହେବ। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋଭିଡ୍ ଟିକା ନେବାର ୧୫ ଦିନ […]

covid

Ordigital Desk
  • Published: Wednesday, 11 August 2021
  • , Updated: 11 August 2021, 10:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକା ନେବା ପରେ ମଧ୍ୟ କରୋନା ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଭଳି ସଂକ୍ରମିତ ସଂଖ୍ୟା ୦.୧୭% ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାସହିତ ରାଜ୍ୟର ସବୁ ଜିଲ୍ଲାରେ ଚଳିତମାସ ଶେଷ ସୁଦ୍ଧା ଆରଟି-ପିସିଆର ଟେଷ୍ଟ ପାଇଁ ଲାବ୍ରୋଟୋରୀ କାର୍ଯ୍ୟକ୍ଷମ ହେବ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋଭିଡ୍ ଟିକା ନେବାର ୧୫ ଦିନ ପରେ ହେଉଥିବା ସଂକ୍ରମଣକୁ ‘ବ୍ରେକଥ୍ରୁ ସଂକ୍ରମଣ’ କୁହାଯାଉଛି । ଓଡ଼ିଶାରେ ବ୍ରେକଥ୍ରୁ ସଂକ୍ରମଣ ଏବେ ସର୍ବଭାରତୀୟସ୍ତର ସହ ସମାନ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣକୁ ନେଇ ଏବେ ଆତଙ୍କିତ ସ୍ଥିତି ନାହିଁ। ପଜିଟିଭ ନମୂନାର ୧୦ ପ୍ରତିଶତ ଜିନମ ସିକ୍ୟୁଏସକୁ ପଠାଇବାକୁ ଲ୍ୟାବଗୁଡ଼ିକୁ କୁହାଯାଇଛି। ପ୍ରଥମ ଡୋଜ୍ ଟିକା ନେବା ପରେ ରାଜ୍ୟରେ ୦.୧୨ ପ୍ରତିଶତ ଓ ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ୦.୩୩ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ରାଜ୍ୟରେ ୪୧ଲକ୍ଷ ୯୪ହଜାର ୨୪୭ଜଣ ଲୋକ ଦୁଇଟି ଯାକ ଡୋଜ୍ ନେଇସାରିଛନ୍ତି। କେବଳ ପ୍ରଥମ ଡୋଜ୍ ୧ କୋଟି ୩୯ଲକ୍ଷ ୧୮ହଜାର ୪୪୨ଜଣ ନେଇଛନ୍ତି। ରାଜ୍ୟରେ ମୋଟ ୧ କୋଟି ୮୧ଲକ୍ଷ ୧୨ହଜାର ୬୮୯ ଡୋଜ୍ ଟିକା ଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ଚଳିତମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆରଟି-ପିସିଆର ଲ୍ୟାବ୍ କାର୍ଯ୍ୟକ୍ଷମ ହେବ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧୪ଟି ଜିଲ୍ଲାରେ ଓ ମାସ ଶେଷସୁଦ୍ଧା ବାକି ସମସ୍ତ ଜିଲ୍ଲାରେ ଏହି ଲ୍ୟାବ କାର୍ଯ୍ୟକ୍ଷମ ହେବ। ଏଠାରେ କୋଭିଡ୍ ସଂକ୍ରମଣର ପରୀକ୍ଷା ସହଜ ହୋଇପାରିବ। ଜିଲ୍ଲାରେ କୋଭିଡ୍ ପରୀକ୍ଷାର ଆରଟି ପିସିଆର ରିପୋର୍ଟ ପାଇଁ ଲୋକଙ୍କୁ ୪ରୁ ୫ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । ଏହି ପରୀକ୍ଷା ପାଇଁ ଜିଲ୍ଲାସ୍ତରରେ ବିଶେଷ ସୁବିଧା ନଥିବାରୁ ସମସ୍ତ ଟେଷ୍ଟ ପାଇଁ ଜିଲ୍ଲାଗୁଡ଼ିକୁ ଭୁବନେଶ୍ୱର, କଟକ, ବାଲେଶ୍ୱର, ବଲାଙ୍ଗିର ଓ କୋରାପୁଟରେ ଥିବା ଆରଟିପିସିଆର ଲ୍ୟାବ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ତେବେ ସବୁ ଜିଲ୍ଲାରେ ଆରଟିପିସିଆର ଲ୍ୟାବ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Related story