ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ (ଓଡ଼ିଶା ରିପୋର୍ଟର): କଟକରେ ପୁଣି ଏନ୍‌କାଉଣ୍ଟର। ଏଥର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କ ଗୁଡ଼ିରେ ବାଜିଛି ଗୁଳି। ସେମାନେ ହେଲେ ମନୋଜ କୁମାର ମହାରଣା ଓରଫ ମଙ୍ଗୁ ଓ ସୁଧାକର ପାତ୍ର ଓରଫ ଲିପୁ। ସେମାନଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପ୍ରତାପନଗରୀ ଗୁଳିକାଣ୍ଡରେ ଏହି ଦୁଇ ଜଣ ଅଭିଯୁକ୍ତ ଥିବା ପୋଲିସ କହିଛି। ମଙ୍ଗୁ ଓ ଲିପୁ ସଦର ଥାନା ଅନ୍ତର୍ଗତ କୁଆକାଖ ନଦୀରେ ଥିବା ଜାଣିପାରି କମିଶନରେଟ୍‌ ପୋଲିସ ଚଢ଼ାଉ […]

cuttack encounter

Rakesh Mallick
  • Published: Sunday, 11 March 2018
  • , Updated: 11 March 2018, 06:41 AM IST

କଟକ (ଓଡ଼ିଶା ରିପୋର୍ଟର): କଟକରେ ପୁଣି ଏନ୍‌କାଉଣ୍ଟର। ଏଥର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କ ଗୁଡ଼ିରେ ବାଜିଛି ଗୁଳି। ସେମାନେ ହେଲେ ମନୋଜ କୁମାର ମହାରଣା ଓରଫ ମଙ୍ଗୁ ଓ ସୁଧାକର ପାତ୍ର ଓରଫ ଲିପୁ। ସେମାନଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପ୍ରତାପନଗରୀ ଗୁଳିକାଣ୍ଡରେ ଏହି ଦୁଇ ଜଣ ଅଭିଯୁକ୍ତ ଥିବା ପୋଲିସ କହିଛି।

ମଙ୍ଗୁ ଓ ଲିପୁ ସଦର ଥାନା ଅନ୍ତର୍ଗତ କୁଆକାଖ ନଦୀରେ ଥିବା ଜାଣିପାରି କମିଶନରେଟ୍‌ ପୋଲିସ ଚଢ଼ାଉ କରିଥିଲା। ମାତ୍ର ସେମାନେ ପୋଲିସ ଉପରକୁ ଗୁଳି ଚଳାଇ ଥିଲେ। ଏହା ଜବାବରେ ପୋଲିସ ଗୁଳି ଚଳାଇ ଥିଲା। ଫଳରେ ମଙ୍ଗୁ ଓ ଲିପୁଙ୍କ ଗୁଡ଼ରେ ବାଜିଥିଲା ଗୁଳି। ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ୨ଟି ମାଉଜର ଓ ୧୫ରୁ ଅଧିକ ଗୁଳି ଜବତ କରିଛି।

ସୂଚନାରୁ ପ୍ରକାଶ, ହୋଲି ଅବସରରେ ପ୍ରତାପନଗରୀ ଧାକୁଲେଇ ବିଦ୍ୟାପୀଠ ପଡ଼ିଆରେ ଭୋଜି ଚାଲିଥିଲା। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଭୋଜିକୁ ବିରୋଧ କରିବା ସହିତ ଅନ୍ଧାଧୂନ୍‌ ଗୁଳି ଚଳାଇ ଫେରାର ହୋଇଯାଇ ଥିଲେ। ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story