ଜୀବନ ହାରିଲେ ଚାଷୀ

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବରପାଲିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଜୁଲଟ୍ ଖଲିଆଟିକ୍ରା ଗାଁର ଗୋବର୍ଦ୍ଧନ ବାରିକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ୫ ଏକର ଜମିରେ ଧାନଚାଷ କରୁଥିବା ବେଳେ ତାହା ଗତବର୍ଷ ଚକଡ଼ା ଓ ଚଳିତବର୍ଷ କାଳବୈଶାଖୀ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା।  ତେଣୁ ଋଣ ଟଙ୍କା ଶୁଝିବା ଚିନ୍ତାରେ ସେ ଗତ ମଙ୍ଗଳବାର ବିଷ ପିଇଦେଇଥିବା ତାଙ୍କ ପରିବାର ଲୋକ କହିଛନ୍ତି। ଗୁରୁତର ଅବସ୍ଥାରେ […]

farmer-suicide-in-balasore

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 10:05 PM IST

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବରପାଲିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଜୁଲଟ୍ ଖଲିଆଟିକ୍ରା ଗାଁର ଗୋବର୍ଦ୍ଧନ ବାରିକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ୫ ଏକର ଜମିରେ ଧାନଚାଷ କରୁଥିବା ବେଳେ ତାହା ଗତବର୍ଷ ଚକଡ଼ା ଓ ଚଳିତବର୍ଷ କାଳବୈଶାଖୀ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା।  ତେଣୁ ଋଣ ଟଙ୍କା ଶୁଝିବା ଚିନ୍ତାରେ ସେ ଗତ ମଙ୍ଗଳବାର ବିଷ ପିଇଦେଇଥିବା ତାଙ୍କ ପରିବାର ଲୋକ କହିଛନ୍ତି। ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Related story