ରାସ୍ତା କଡ଼ରେ ବସି ଖଟି କରୁଥିଲେ, ବାବୁ ଆସିଲେ ପିଟିଲେ

ବାରିପଦା(ଓଡ଼ିଶା ରିପୋର୍ଟର): ରାତିରେ ରାସ୍ତା ପାଖରେ ବସି ଖଟି କରୁଥିଲେ। ରାତ୍ର ପାଟ୍ରୋଲିଂରେ ଆସିଥିବା ପୋଲିସ ସେମାନଙ୍କୁ ନିର୍ଦ୍ଧୁମ ପିଟିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ମାଡ଼ ମାରିଥିବା ପୋଲିସ ବାବୁଙ୍କୁ ଅନ୍ୟତ୍ର ବଦଳି କରିବାକୁ ପଡ଼ିଛି। ଏପରି ଘଟଣା ବାରିପଦା ସହର ମୁର୍ଗାବାଡ଼ି ଗୋଲେଇରେ ଘଟିଛି। ଆଜି ରାତି ୮ଟା ହେବ। କିଛି ଯୁବକ ମୁର୍ଗାବାଡ଼ି ଗୋଲେଇ ରାସ୍ତା କଡ଼ରେ ବସି ଖଟି କରୁଥିଲେ। ଏହି ସମୟରେ ପାଟ୍ରୋଲି କରୁଥିବା ପୋଲିସ ସେଠାରେ ପହଞ୍ଚି […]

agitation in baripada town

Rakesh Mallick
  • Published: Thursday, 15 March 2018
  • , Updated: 16 March 2018, 07:49 AM IST

ବାରିପଦା(ଓଡ଼ିଶା ରିପୋର୍ଟର): ରାତିରେ ରାସ୍ତା ପାଖରେ ବସି ଖଟି କରୁଥିଲେ। ରାତ୍ର ପାଟ୍ରୋଲିଂରେ ଆସିଥିବା ପୋଲିସ ସେମାନଙ୍କୁ ନିର୍ଦ୍ଧୁମ ପିଟିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ମାଡ଼ ମାରିଥିବା ପୋଲିସ ବାବୁଙ୍କୁ ଅନ୍ୟତ୍ର ବଦଳି କରିବାକୁ ପଡ଼ିଛି। ଏପରି ଘଟଣା ବାରିପଦା ସହର ମୁର୍ଗାବାଡ଼ି ଗୋଲେଇରେ ଘଟିଛି।

ଆଜି ରାତି ୮ଟା ହେବ। କିଛି ଯୁବକ ମୁର୍ଗାବାଡ଼ି ଗୋଲେଇ ରାସ୍ତା କଡ଼ରେ ବସି ଖଟି କରୁଥିଲେ। ଏହି ସମୟରେ ପାଟ୍ରୋଲି କରୁଥିବା ପୋଲିସ ସେଠାରେ ପହଞ୍ଚି କାହାକୁ କିଛି ନପଚାରି ଯୁବକମାନଙ୍କୁ ବାଡ଼େଇ ଥିଲା। ଯୁବକମାନେ ପ୍ରତିବାଦ କରିଥିଲେ ମଧ୍ୟ ପୋଲିସ ଶୁଣିନଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଖବର ପାଇ ଟାଉନ୍‌ ଥାନା ଆଇଆଇସି ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଯୁବକମାନେ ରାସ୍ତାରୁ ଉଠିନଥିଲେ। ମାଡ଼ ମାରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଶେଷରେ ଏସ୍‌ଆଇ ଦେବାଶିଷ ଶତପଥୀଙ୍କୁ ବଦଳି କରାଯାଇଥିଲା। ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି।

Related story