ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଲେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ […]

vlcsnap-2018-02-20-18h30m06s208

vlcsnap-2018-02-20-18h30m06s208

Rakesh Mallick
  • Published: Tuesday, 20 February 2018
  • Updated: 21 February 2018, 09:00 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଣି ଥରେ ଜୋତା ମାଡ଼ କରିଥିଲେ ଉକ୍ତ ଦୁର୍ବୃତ୍ତ। ଏହି ଜୋତାଟି ମୁଖ୍ୟମନ୍ତ୍ରୀଙ୍କ ମୁହଁ ପାଖକୁ ଚାଲି ଆସିଥିଲେ ବି ସୁରକ୍ଷା କର୍ମୀ ଏହାକୁ ହାତରେ ଛିଞ୍ଚାଡି ଦେବାରୁ ତାହା ତଳେ ପଡିଯାଇଥିଲା। ଏହି ଘଟଣା ପରେ ମଞ୍ଚ ତଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉପସ୍ଥିତ ସୁରକ୍ଷା କର୍ମୀ ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରି ନେଇଥିଲେ।

[caption id="attachment_212602" align="aligncenter" width="640"] ସୁରକ୍ଷା କର୍ମୀଙ୍କ ଦ୍ୱାରା ଅଟକ ହୋଇଥିବା ଦୁର୍ବୃତ୍ତ[/caption]

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos