ପାଣ୍ଡିଆନ୍‌ଙ୍କ ହାତକୁ ଆସିଲା ଆଉ ଦୁଇଟି ବିଭାଗ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):5Tରେ ସାମିଲ ହେଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମ ଅଧୀନକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆସିବା ସହ ଏ ନେଇ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ୍‌ ତିଆରି ହୋଇଛି ଏବଂ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏଥି ମଧ୍ୟରେ ରହିଛି, ଆକ୍ସନ ପ୍ଲାନ୍‌ରେ ସ୍କଲାରସିପ୍ କାଉନସିଲ ଗଠନ। ଫଳରେ ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ […]

90-1-1-750x430

90-1-1-750x430

Tapas Behera
  • Published: Thursday, 12 December 2019
  • Updated: 12 December 2019, 02:42 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):5Tରେ ସାମିଲ ହେଲା କୃଷି ଓ ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମ ଅଧୀନକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆସିବା ସହ ଏ ନେଇ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ୍‌ ତିଆରି ହୋଇଛି ଏବଂ ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏଥି ମଧ୍ୟରେ ରହିଛି, ଆକ୍ସନ ପ୍ଲାନ୍‌ରେ ସ୍କଲାରସିପ୍ କାଉନସିଲ ଗଠନ।

ଫଳରେ ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି। ବ୍ଲକ ଓ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ଲାପଟପ୍ ବଣ୍ଟନ କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର ପଲିସି କାର୍ଯ୍ୟକାରୀ ହେବ। ସାମ୍ସ ଜରିଆରେ ଛାତ୍ରଛାତ୍ରୀ ଫିଡ୍‌ବ୍ୟାକ୍‌ ଦେବା ବ୍ୟବସ୍ଥା, ବିଶ୍ୱବିଦ୍ୟାଳୟସ୍ତରରେ କ୍ୟାରିଅର କାଉନସେଲିଂ ବ୍ୟବସ୍ଥା, ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ଲାଗି ଛାତ୍ରଛାତ୍ରୀଙ୍କୁ କୋଚିଂ ବ୍ୟବସ୍ଥା ହେବ।

ସେହିପରି କୃଷି ବିଭାଗ ବିଭାଗ ମଧ୍ୟ ଆଜି ଠାରୁ 5T ଅଧୀନରେ କାର୍ଯ୍ୟ କରିବ। ଏହା ଅଧୀନରେ ଚାଷୀମାନଙ୍କ ଅଭିଯୋଗର ସମାଧାନ ସହ କୃଷି ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି। ଏଥିସହ ପୋଖରୀ ଖନନ କରାଯାଇ ଚାଷୀଙ୍କୁ ସ୍ୱାବଲମ୍ବୀ କରାଯିବ। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରହିଛି। ଏହାସହ କାଳିଆ ଗ୍ରିଭାନ୍ସ ପୋର୍ଟାଲରେ ଚାଷୀ ଅଭିଯୋଗ ଦାଖଲ କରିପାରିବେ ବୋଲି କୃଷି ସଚିବ କହିଛନ୍ତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନ ଏବେ 5T ସଚିବ ଅଛନ୍ତି। ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ୫-ଟି ଯୋଜନାର ନିଜେ ତଦାରଖ କରୁଛନ୍ତି ୫-ଟି ସଚିବ ପାଣ୍ଡିଆନ୍‌। ଆଗରୁ 5T ଅଧୀନରେ ଥାନା ଓ ମେଡିକାଲ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story