ଆଳୁଦରକୁ ନେଇ କୃଷିମନ୍ତ୍ରୀଙ୍କ ଅଜବ ଆକଳନ: ଦରବୃଦ୍ଧି ହେଲେ ଆସନ୍ତାବର୍ଷକୁ ଅଧିକ ଚାଷୀ କରିବେ ଚାଷ

Ordigital Desk
  • Published: Friday, 04 May 2018
  • , Updated: 04 May 2018, 09:26 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବର୍ଷର ବେଲଗାମ ଆଳୁ ଦର ଆସନ୍ତାବର୍ଷକୁ ସରକାରଙ୍କ ଆଳୁ ମିଶନକୁ ଆଗକୁ ନେବ। ଆଳୁ ବଜାରରେ ନିଆଁ ଲାଗିବା ବେଳେ ଏଭଳି ଅଜବ ଆକଳନ କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି ଏବର୍ଷର ଦରବୃଦ୍ଧିକୁ ଦେଖି ଆଗକୁ ଚାଷୀ ଅଧିକ ଆଳୁ ଚାଷ ପାଇଁ ମନ ବଳେଇବେ। ହେଲେ ଉପଯୁକ୍ତ ସଂରକ୍ଷଣ ଓ ବଜାର ବ୍ୟବସ୍ଥା ବିନା ଆଳୁ ମିଶନ୍ କେମିତି ବାଟବଣା ହୋଇଛି ତାହା ଏବେ ଚିନ୍ତାରେ ପକାଇଛି।</p> <p>କୋରାପୁଟ ପଟାଙ୍ଗୀ ବ୍ଲକ୍ ମାଳିମାର୍ଲା ଗାଁର ଜଣେ ଯୁବ ଚାଷୀ ହେଲେ ଗୁପ୍ତ ହନ୍ତାଳ, ସେ ଏବର୍ଷ ଆଳୁ ଚାଷରୁ ଭଲ ଅମଳ କରିଥିଲେ। କିନ୍ତୁ କେବଳ ଘର ଚଳିବା ପାଇଁ କିଛି ରଖି ବାକି ସବୁତକ ଆଳୁ ମାଟିରୁ ଖୋଳୁ ଖୋଳୁ ଅଦର ଦରରେ ବିକିଦେଲେ। କାରଣ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସୁବିଧା ନାହିଁ। ପାଖ କୁନ୍ଦୁଲି ଶୀତଳଭଣ୍ଡାର ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ, ଉପଯୁକ୍ତ ବଜାର ବି ନାହିଁ। ଜାତୀୟ କୃଷି ବଜାରରେ ଆଳୁ ନିଲାମ ପାଇଁ ସ୍ୱତନ୍ତ୍ର ପିଣ୍ଡି ଅଛି ହେଲେ ନା ଅଛନ୍ତି ଚାଷୀ ନା ଆସୁଛନ୍ତି ବେପାରୀ। ତେଣୁ ଘରେ ରଖି ଆଳୁ ଷଢ଼େଇବା ଅପେକ୍ଷା ଚାଷୀ ପାଇଁ ମୂଳ ଟଙ୍କା ଉଠିଯିବା ବଡ଼କଥା। କୋରାପୁଟ ଜିଲ୍ଲାରେ ଏବେ ମାତ୍ର ଦୁଇଟି ଶୀତଳଭଣ୍ଡାର କାମ କରୁଛି। ସେଭିତରୁ ଦୁଇ ମାସ ତଳୁ ନୂତନ ଭାବେ କାର୍ଯ୍ୟକ୍ଷମ ଥିବା ଜୟପୁର ମଜୁରମୁଣ୍ଡାରେ ଥିବା ଶୀତଳଭଣ୍ଡାରକୁ ଆଳୁ ବଦଳରେ ତେନ୍ତୁଳି ସଂରକ୍ଷଣ ଉପରେ ଜୋର୍ ଦେଉଛନ୍ତି ପରିଚାଳନା କର୍ତ୍ତୃପକ୍ଷ।</p> <p>ଖାଲି କୋରାପୁଟ ନୁହେଁ, ସାରା ରାଜ୍ୟରେ ସରକାରଙ୍କ ଆଳୁ ମିଶନରେ ଏଇ ସ୍ଥିତି। ପ୍ରୋତ୍ସାହନ ଅଭାବରୁ ଆଳୁ ଚାଷ ପାଇଁ ଚାଷୀ ଅମଙ୍ଗ। ୨୦୧୫ରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ଆଳୁ ମିଶନ୍ ଏବେ ବାଟବଣା। ତଥ୍ୟ କହୁଛି ଚାଷୀ ବିମୁଖ ହେବାରୁ ଏବର୍ଷ ୧୦ ପ୍ରତିଶତ ଆଳୁ ଉତ୍ପାଦନ କମିଛି। କିନ୍ତୁ ମନ୍ତ୍ରୀଙ୍କ ଅଜବ ଯୁକ୍ତି, ଏବର୍ଷର ଦରବୃଦ୍ଧି ଆସନ୍ତାବର୍ଷକୁ ଅଧିକ ଚାଷୀଙ୍କୁ ଆଳୁ ଚାଷ କରିବାକୁ ପ୍ରୋତ୍ସାହିତ କରିବ।</p>

Related story