ଅଗଷ୍ଟ ୮ରେ କଟକ ଗସ୍ତରେ ଆସିବେ ରାଷ୍ଟ୍ରପତି

କଟକ: ଆସନ୍ତା ଅଗଷ୍ଟ ୮ ତାରିଖରେ କଟକ ଗସ୍ତରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ମୁଖାର୍ଜୀ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସ ଓ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଏନେଇ ଜୁଡିସିଆଲ ଏକାଡେମୀର ସୁରକ୍ଷା ସ୍ଥିତି ତଦାରଖ କରିଛନ୍ତି ପୋଲିସ କମିଶନର ଆରପି ଶର୍ମା ଓ ଇଣ୍ଟିଲିଜେନସ୍  ମୁଖ୍ୟ ସୁନିଲ ରାୟ। ସଭାସ୍ଥଳି ଠାରୁ ଆରମ୍ଭ […]

pranab

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 12:49 PM IST

କଟକ: ଆସନ୍ତା ଅଗଷ୍ଟ ୮ ତାରିଖରେ କଟକ ଗସ୍ତରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ମୁଖାର୍ଜୀ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସ ଓ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଏନେଇ ଜୁଡିସିଆଲ ଏକାଡେମୀର ସୁରକ୍ଷା ସ୍ଥିତି ତଦାରଖ କରିଛନ୍ତି ପୋଲିସ କମିଶନର ଆରପି ଶର୍ମା ଓ ଇଣ୍ଟିଲିଜେନସ୍  ମୁଖ୍ୟ ସୁନିଲ ରାୟ। ସଭାସ୍ଥଳି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଆସିବାର ରୁଟ୍ ଯାଏଁ ସୁରକ୍ଷାର ତଦାରଖ କରିଥିଲେ।

ରାଷ୍ଟ୍ରପତି ପୁରୀରୁ ସିଧା ନରାଜ ସ୍ଥିତ ହେଲିପ୍ୟାଡରେ ସଭାସ୍ଥଳକୁ ପହଞ୍ଚିବେ। ସେହି ସମୟରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟସ୍ଥା କରାଯିବା ସହ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ କମିଶନର ଆରପି ଶର୍ମା କହିଛନ୍ତି ।

Related story