ଅଗଷ୍ଟ, ସେପ୍ଟେମ୍ବରରେ ଚାହିଦା ତୁଳନାରେ ଅଭାବ ପଡିପାରେ ୟୁରିଆ: ଅଧିକ ୟୁରିଆ ଯୋଗାଣ ପାଇଁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ସାରର ଆବଶ୍ୟକତାକୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ରାଜ୍ୟରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୟୁରିଆ ସାରର ଅଭାବ ପଡିପାରେ ବୋଲି କୃଷି ସଚିବ ରାଜେଶ ବର୍ମା କହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ସହ ଅଧିକ ସାର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯିବ ବୋଲି କୃଷି ସଚିବ ବର୍ମା କହିଛନ୍ତି ।କେନ୍ଦ୍ର ସରକାରଙ୍କ […]

Fertilizer

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 07:58 AM IST

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ସାରର ଆବଶ୍ୟକତାକୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ରାଜ୍ୟରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୟୁରିଆ ସାରର ଅଭାବ ପଡିପାରେ ବୋଲି କୃଷି ସଚିବ ରାଜେଶ ବର୍ମା କହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ସହ ଅଧିକ ସାର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯିବ ବୋଲି କୃଷି ସଚିବ ବର୍ମା କହିଛନ୍ତି ।କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ୧ଲକ୍ଷ ୧୪ହଜାର ମାଟ୍ରିକ ଟନ ୟୁରିଆ ଯୋଗାଇ ଦିଆଯାଇଛି । ତେବେ ବର୍ତ୍ତମାନ ରାଜ୍ୟ ଲାଗି ୧ଲକ୍ଷ ୭୫ହଜାର ମାଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ରହିଛି । ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଉଛି । ତେବେ ଆଗକୁ ଅଧିକ ସାର ଆବଶ୍ୟକ ଥିବାରୁ କେନ୍ଦ୍ରକୁ ଅଧିକ ସାର ଯୋଗାଇ ଦେବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜ୍ୟକୁ ଅଗଷ୍ଟ ମାସର କୋଟା ମୁତାବକ ୧ଲକ୍ଷ ୧୪ହଜାର ମାଟ୍ରିକ ଟନ ୟୁରିଆ ଯୋଗାଇ ଦେଇଛନ୍ତି । ତେବେ ସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟକ ମନ୍ତ୍ରୀଙ୍କୁ ଚିଠି ଲେଖି ୧ଲକ୍ଷ ୭୫ହଜାର ମାଟ୍ରିକ ଟନ ୟୁରିଆ ସାର ଯୋଗାଇ ଦେବାକୁ ଦାବି କରିଥିଲେ ।

Related story