ରାତିରେ ଖୋଲିବ ଆହାର କେନ୍ଦ୍ର, ସଂସ୍ଥା ଚଳେଇବାକୁ ଦାନ ଗ୍ରହଣ କରିବେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତିରେ ଖୋଲିବ ଆହାର କେନ୍ଦ୍ର। ୨୦୧୯ ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବ। ରାତିରେ ମିଳିବ ୫ ଟଙ୍କିଆ ଖାଦ୍ୟ। ସେହିପରି ଜାନୁଆରୀ ୨୬ ତାରିଖରୁ ରାଜ୍ୟର ସମସ୍ତ ୧୦୮ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆହାର ଯୋଜନା ସମ୍ପର୍କରେ ଏକ ବୈଠକ ବସିଥିଲା। ଏଥିରେ ଆହାର କେନ୍ଦ୍ରଗୁଡ଼ିକରେ […]

aahar-kendra

Manoranjan Sial
  • Published: Thursday, 06 December 2018
  • , Updated: 06 December 2018, 10:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତିରେ ଖୋଲିବ ଆହାର କେନ୍ଦ୍ର। ୨୦୧୯ ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବ। ରାତିରେ ମିଳିବ ୫ ଟଙ୍କିଆ ଖାଦ୍ୟ। ସେହିପରି ଜାନୁଆରୀ ୨୬ ତାରିଖରୁ ରାଜ୍ୟର ସମସ୍ତ ୧୦୮ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆହାର ଯୋଜନା ସମ୍ପର୍କରେ ଏକ ବୈଠକ ବସିଥିଲା। ଏଥିରେ ଆହାର କେନ୍ଦ୍ରଗୁଡ଼ିକରେ ଜନସାଧାରଣଙ୍କ ଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏବେ ରାଜ୍ୟର ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଉପଲବ୍ଧ ରହିଛି। ଏହା ଭିତରୁ ୫୪ ପୌରାଞ୍ଚଳରେ ଆହାର କେନ୍ଦ୍ର ଡାକ୍ତରଖାନା ନିକଟରେ ଖୋଲାଯାଇଛି। ରୋଗୀଙ୍କ ସମ୍ପର୍କୀଙ୍କ ସୁବିଧା ସକାଶେ ରାଜ୍ୟ ସରକାର ଏହିସବୁ କେନ୍ଦ୍ରରେ ରାତିରେ ଆହାର ଯୋଗାଣ ବ୍ୟବସ୍ଥା କରିବେ।

ଏହାସହିତ ଯେଉଁମାନେ ଚାହିଁବେ ଏଣିକି ଆହାର କେନ୍ଦ୍ରକୁ ଦାନ ଦେଇପାରିବେ। ଏହି ଦାନ ପାଇଁ ଆୟକର ରିହାତି ମିଳିବ। ଅନ୍‌ଲାଇନ୍‌ ମାଧ୍ୟମରେ ଏହି ଦାନ ଗ୍ରହଣ କରାଯିବ। ବିଶେଷ ଉତ୍ସବ ଯେମିତି ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ଉତ୍ସବ ଆଦି ଅବସରରେ ଜନସାଧାରଣ ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ଆହାର କେନ୍ଦ୍ରରେ ଖାଦ୍ୟ ପାଇଁ ଅର୍ଥ ଯୋଗାଇପାରିବେ।

Related story