‘ଆହାର’ କର୍ମଚାରୀଙ୍କ ପାପ କାରନାମା! ନାବାଳିକା ଏବେ ୪ ମାସର ଗର୍ଭବତୀ

ଟିଟିଲାଗଡ଼(ମାନସ ମହାନ୍ତି): ମେଡିକାଲ୍‌ରେ ୧୪ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ମେଡିକାଲ୍‌କୁ ଆହାର ଖାଦ୍ୟ ଯୋଗାଉଥିବା ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ନାବାଳିକା ଜଣକ ଏବେ ୪ ମାସର ଗର୍ଭବତୀ। ଏପରି ଲଜ୍ଜାଜନକ ଘଟଣା ଟିଟିଲାଗଡ଼ ଥାନା ଅଞ୍ଚଳରେ ଘଟିଛି। ନ୍ୟାୟ ପାଇଁ ନାବାଳିକାଙ୍କ ପରିବାର ଲୋକେ ଏବେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି। ଠିକ୍‌ ଭାବେ କଥା କହିପାରୁନଥିବା ନାବାଳିକାଙ୍କ ସାନ ଭାଇ ୪ ମାସ ତଳେ […]

in-a-bizarre-incident-husband-records-video-of-his-wife-getting-raped-by-a-relative

Manoranjan Sial
  • Published: Monday, 18 January 2021
  • , Updated: 18 January 2021, 05:09 PM IST

ଟିଟିଲାଗଡ଼(ମାନସ ମହାନ୍ତି): ମେଡିକାଲ୍‌ରେ ୧୪ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ମେଡିକାଲ୍‌କୁ ଆହାର ଖାଦ୍ୟ ଯୋଗାଉଥିବା ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ନାବାଳିକା ଜଣକ ଏବେ ୪ ମାସର ଗର୍ଭବତୀ। ଏପରି ଲଜ୍ଜାଜନକ ଘଟଣା ଟିଟିଲାଗଡ଼ ଥାନା ଅଞ୍ଚଳରେ ଘଟିଛି। ନ୍ୟାୟ ପାଇଁ ନାବାଳିକାଙ୍କ ପରିବାର ଲୋକେ ଏବେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି।

ଠିକ୍‌ ଭାବେ କଥା କହିପାରୁନଥିବା ନାବାଳିକାଙ୍କ ସାନ ଭାଇ ୪ ମାସ ତଳେ ଟିଟିଲାଗଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ମେଡିକାଲରେ ତାଙ୍କୁ ଦେଖାରଖା କରୁଥିଲେ ଭିନ୍ନକ୍ଷମ ନାବାଳିକା ଭଉଣୀ। ସେହି ସମୟରେ ମେଡିକାଲ୍‌କୁ ଖାଦ୍ୟ ଯୋଗାଉଥିବା (ଆହାର କେନ୍ଦ୍ରର ଜଣେ ଯୁବକ) ନାବାଳିକାଙ୍କୁ ଶୌଚାଳୟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ ଯୁବକ। ତେଣୁ ଭୟରେ ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାକୁ କହିନଥିଲେ।

୪ ମାସ ପରେ ଅର୍ଥାତ ଏବେ ହଠାତ୍‌ ନାବାଳିକା ଜଣକ ଅସୁସ୍ଥ ହୋଇପଡ଼ିଲେ। ବାରମ୍ୱାର ବାନ୍ତି କରିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ଚେକ୍‌ଅପ୍‌ କରିବା ପରେ ନାବାଳିକା ୪ ମାସର ଗର୍ଭବତୀ ଜଣାପଡ଼ିଥିଲା। ଏହା ପରେ ପରିବାର ଲୋକେ ଝିଅକୁ ପୂରା ଘଟଣା ସମ୍ପର୍କରେ ପଚାରିଥିଲେ। ଝିଅ ପୂରା ଘଟଣା କହିଥିଲା।

ନାବାଳିକାଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୌମେଶ ଉପାଧ୍ୟାୟଙ୍କ ପାଖରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ କରିବାକୁ ଉପଜିଲ୍ଲାପାଳ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏବେ ପୁଲିସ ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି।

Related story