‘ଆହାର’ ଯୋଜନାକୁ ସଂପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ‘ଆହାର’ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ଏବଂ ଶିଳ୍ପାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଯୋଜନାର ସଂପ୍ରସାରଣ ପାଇଁ ଏକ ସୋସାଇଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ସୋସାଇଟିରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବେ। […]

Naveen_Patnaik_

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 03:52 PM IST

ଭୁବନେଶ୍ୱର: ରାଜ୍ୟରେ 'ଆହାର' ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ଏବଂ ଶିଳ୍ପାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଯୋଜନାର ସଂପ୍ରସାରଣ ପାଇଁ ଏକ ସୋସାଇଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ସୋସାଇଟିରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବେ। ଫଣ୍ଡିଂ ଏଜେନ୍ସି ଗୁଡ଼ିକର ଆର୍ଥିକ ସହାୟତାରେ ଏହି ଯୋଜନା କାର୍ଯ୍ୟ କରିବ। ବର୍ତ୍ତମାନ ୫ଟି ସହରରେ ୨୧ଟି ଆହାର ସେଣ୍ଟର ରହିଛି। ଯେଉଁଥିରେ ପ୍ରତିଦିନ ୨୨ହଜାର ଲୋକଙ୍କୁ ୫ଟଙ୍କାରେ ଭାତ ଓ ଡ଼ାଲମା ଦିଆଯାଉଛି।

Related story