ଏମ୍‌ସ ଭୁବନେଶ୍ୱରରେ ୩-ଡି ଲାପାରୋସ୍କୋପିକ୍ ସମ୍ପର୍କିତ ପ୍ରଶିକ୍ଷଣ

ଭୁବନେଶ୍ୱର: ଲାପାରୋସ୍କୋପିକ୍ ୟୁରୋଲୋଜି ଓ ଏହାର ବିଭିନ୍ନ ଦିଗ ଉପରେ ଅତ୍ୟାଧୁନିକ ଗବେଷଣା ବିଷୟରେ ଜାଣିବା ପାଇଁ ଏମ୍‌ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ପକ୍ଷରୁ ଉନ୍ନତ ୩-ଡି ଲାପାରୋସ୍କୋପିକ୍ ୟୁରୋଲୋଜି ପ୍ରକ୍ରିୟା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଭାରତର ଖ୍ୟାତିସମ୍ପନ୍ନ ଅନୁଷ୍ଠାନଗୁଡ଼ିକରୁ ଚିକିତ୍ସକ, ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଅଧ୍ୟାପକମାନଙ୍କ ଦ୍ୱାରା ବିଭିନ୍ନ ଅସ୍ତ୍ରୋପଚାର ମାଧ୍ୟମରେ […]

aiims

Hemant Lenka
  • Published: Thursday, 09 December 2021
  • , Updated: 09 December 2021, 08:49 PM IST

ଭୁବନେଶ୍ୱର: ଲାପାରୋସ୍କୋପିକ୍ ୟୁରୋଲୋଜି ଓ ଏହାର ବିଭିନ୍ନ ଦିଗ ଉପରେ ଅତ୍ୟାଧୁନିକ ଗବେଷଣା ବିଷୟରେ ଜାଣିବା ପାଇଁ ଏମ୍‌ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ପକ୍ଷରୁ ଉନ୍ନତ ୩-ଡି ଲାପାରୋସ୍କୋପିକ୍ ୟୁରୋଲୋଜି ପ୍ରକ୍ରିୟା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଛି।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଭାରତର ଖ୍ୟାତିସମ୍ପନ୍ନ ଅନୁଷ୍ଠାନଗୁଡ଼ିକରୁ ଚିକିତ୍ସକ, ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଅଧ୍ୟାପକମାନଙ୍କ ଦ୍ୱାରା ବିଭିନ୍ନ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏମ୍‌ସର ଚିକିତ୍ସକଙ୍କ ସହିତ ଦେଶର ବିଭିନ୍ନ ଚିକିତ୍ସା ପ୍ରତିଷ୍ଠାନର ସହକର୍ମୀଙ୍କୁ ଏପରି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଶିକ୍ଷା ଦେବା ଜରୁରୀ ଅଟେ। ଏହା ଫଳରେ ରୋଗୀମାନେ ଜଟିଳ ରୋଗରେ ଆକ୍ରାନ୍ତ ଥିଲେ ମଧ୍ୟ କଷ୍ଟକର ଓ ବ୍ୟବୟବହୁଳ ଚିକିତ୍ସା ପଦ୍ଧତି ବିନା ସ୍ୱଳ୍ପ ସମୟ ମଧ୍ୟରେ ସହଜରେ ଆରୋଗ୍ୟ ଲାଭ କରିପାରିବେ ବୋଲି ଏମ୍‌ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ମୁଖ୍ୟ ଡା ପ୍ରଶାନ୍ତ ନାୟକ କହିଛନ୍ତି।

ପେସ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଡଟ୍ରୋନିକ୍ ସଂସ୍ଥା ସହଯୋଗରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ‌ରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଏମ୍‌ ଭୁବନେଶ୍ୱର ୟୁରୋଲୋଜି ବିଭାଗର ଡା ପ୍ରଶାନ୍ତ ନାୟକ, ଡ. ମନୋଜ ଦାସ ଓ ଡ. ସ୍ୱର୍ଣ୍ଣେନ୍ଦୁ ମଣ୍ଡଳ ଏକାଧିକ ଅସ୍ତ୍ରୋପଚାର କରିଥିଲେ। ଯାହାକି ବେଶ୍‌ ଶିକ୍ଷଣୀୟ ହେବା ସହିତ ଅଂଶଗ୍ରହଣକାରୀଙ୍କ ପକ୍ଷରୁ ଉଚ୍ଚପ୍ରଶଂସିତ ହୋଇଥିଲା।

ଡ. ଭାସ୍କର ରାଓ, ଡ. ନିତାଶା ରୟଙ୍କୁ ନେଇ ଗଠିତ ଆନାସ୍ଥେସିଆ ଟିମ୍‌ ସହିତ ଅପରେସନ୍ ଥିଏଟରର ନର୍ସିଂ ଓ ବୈଷୟିକ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା ପ୍ରଫେସର ଡକ୍ଟର ବି ଗୀତାଞ୍ଜଳି ୟୁରୋଲୋଜି ବିଭାଗର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହିତ ଏଭଳି ଶିକ୍ଷଣୀୟ କାର୍ଯ୍ୟକ୍ରମ ରୋଗୀମାନଙ୍କ ପାଇଁ ଅଧିକ ସହାୟକ ହେବ ବୋଲି କହିଛନ୍ତି।

ବିଭିନ୍ନ ୟୁରୋଲୋଜିକାଲ୍ ରୋଗରେ ପୀଡିତ ରୋଗୀଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ବିଭାଗ ନିୟମିତ ଭାବରେ ଏହିପରି କାର୍ଯ୍ୟକଳାପ ଜାରି ରଖିବ ବୋଲି ଡାକ୍ତର ଗୀତାଞ୍ଜଳି ସୂଚନା ଦେଇଛନ୍ତି।

ଏହି କ୍ଷେତ୍ରରେ ଉନ୍ନତ ଚିକିତ୍ସା ତଥା ଗବେଷଣା ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ୟୁରୋଲୋଜି ବିଭାଗ ପକ୍ଷରୁ ନିର୍ଦ୍ଦେଶିକା ଡ. ଗୀତାଞ୍ଜଳିଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ଉଲ୍ଲେଖଯୋଗ୍ୟଯେ ୟୁରୋଲୋଜି ବିଭାଗ ପକ୍ଷରୁ ନିୟମିତ ଭାବରେ ସମସ୍ତ ଉନ୍ନତ ଲାପାରୋସ୍କୋପିକ୍ ଓ ଅନ୍ୟାନ୍ୟ ସର୍ବନିମ୍ନ କଷ୍ଟକର ଉପାୟ ଅବଲମ୍ବନ ପ୍ରକ୍ରିୟା ଯଥା ରାଡିକାଲ୍ ନେଫେକ୍ଟୋମି, ସାଇଷ୍ଟେକ୍ଟୋମି ଏବଂ ପ୍ରୋଷ୍ଟେଟେକ୍ଟୋମି ଏବଂ ଲାପାରୋସ୍କୋପିକ୍ ପାଇଲୋପ୍ଲାଷ୍ଟୀ, ୟୁରେଟେରିକ୍ ରିମିପ୍ଲାଣ୍ଟେସନ୍ ଏବଂ ଭେସିକୋ-ଭେଜିନାଲ୍ ଫିଜିନାଲାଲ୍ ଫିସ୍ତୁଲା ରିପେୟାର୍‌ ପ୍ରକ୍ରିୟା ଜାରି ରହିଛି।

Related story