୨୫ରୁ ଭୁବନେଶ୍ୱର AIIMSର ବର୍ହିବିଭାଗ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱର AIIMSର ବର୍ହିବିଭାଗ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କିଛି ମେଡିକାଲ କର୍ମଚାରୀ ଓ ରୋଗୀ ପଜିିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖ ପୂର୍ବରୁ ଅନ୍‌ଲାଇନ୍‌ରେ ବୁକିଂ କରିଥିବା ରୋଗୀଙ୍କୁ କେବଳ ଅନୁମତି ମିଳିବ। ତେବେ ଟେଲି ମେଡିସିନ୍‌ ଭଳି କିଛି ସେବା ପୂର୍ବ ଭଳି ଚାଲୁ ରହିବ ବୋଲି ଏମ୍‌ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୦୦ ମସିହାରେ ମହାମାରୀ କରୋନା ବ୍ୟାପିବାରୁ ଜୁଲାଇ […]

AIIMS

Manoranjan Sial
  • Published: Wednesday, 21 April 2021
  • , Updated: 21 April 2021, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱର AIIMSର ବର୍ହିବିଭାଗ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କିଛି ମେଡିକାଲ କର୍ମଚାରୀ ଓ ରୋଗୀ ପଜିିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖ ପୂର୍ବରୁ ଅନ୍‌ଲାଇନ୍‌ରେ ବୁକିଂ କରିଥିବା ରୋଗୀଙ୍କୁ କେବଳ ଅନୁମତି ମିଳିବ। ତେବେ ଟେଲି ମେଡିସିନ୍‌ ଭଳି କିଛି ସେବା ପୂର୍ବ ଭଳି ଚାଲୁ ରହିବ ବୋଲି ଏମ୍‌ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

୨୦୦୦ ମସିହାରେ ମହାମାରୀ କରୋନା ବ୍ୟାପିବାରୁ ଜୁଲାଇ ୧୦ ତାରିଖରେ ଏମ୍‌ସ ବର୍ହିବିଭାଗ ବନ୍ଦ କରାଯାଇଥିଲା। ସେତେବେଳେ ମେଡିକାଲ୍‌ର କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏମ୍ସ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିଲେ। ତେବେ କରୋନାର କୋପ କମିବା ପରେ ବର୍ହିବିଭାଗ ଖୋଲିଥିଲା। ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ଚିକିତ୍ସିତ ହେଉଥିଲେ। ଏବେ ଏମ୍‌ସ ବର୍ହିବିଭାଗ ବନ୍ଦ ହେବା ଦ୍ୱାରା ରୋଗୀମାନେ ନାହିଁନଥିବା ଅସୁବିଧାରେ ପଡିବାର ସମ୍ଭାବନା ରହିଛି।

Related story