ରାଜଧାନୀରେ ଚିନ୍ତା ବଢ଼ାଇଲା କରୋନା; କାଲିଠାରୁ ଏମ୍‌ସ ଓପିଡି ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ଅଭାବଙ୍କ ଯୋଗୁ କାଲିଠାରୁ ଭୁବନେଶ୍ୱର ଏମ୍‌ସ  ଓପିଡି ବନ୍ଦ ରହିବ। ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏମ୍‌ସର କିଛି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ କର୍ମଚାରୀର ଅଭାବ ଦେଖାଦେଇଛି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ କାଲିଠୁ ଏମ୍‌ସ ଓପିଡି ବନ୍ଦ ରହିବ। ସେ ଆହୁରି କହିଛନ୍ତି, ଏମ୍‌ସର ଆଉ କିଛି କର୍ମଚାରୀ ରହୁଥିବା ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ  ଥିବାରୁ ସେମାନଙ୍କୁ […]

AIIMS

Tapaswini Nayak
  • Published: Thursday, 09 July 2020
  • , Updated: 09 July 2020, 02:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ଅଭାବଙ୍କ ଯୋଗୁ କାଲିଠାରୁ ଭୁବନେଶ୍ୱର ଏମ୍‌ସ  ଓପିଡି ବନ୍ଦ ରହିବ। ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏମ୍‌ସର କିଛି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ କର୍ମଚାରୀର ଅଭାବ ଦେଖାଦେଇଛି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ କାଲିଠୁ ଏମ୍‌ସ ଓପିଡି ବନ୍ଦ ରହିବ।

ସେ ଆହୁରି କହିଛନ୍ତି, ଏମ୍‌ସର ଆଉ କିଛି କର୍ମଚାରୀ ରହୁଥିବା ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ  ଥିବାରୁ ସେମାନଙ୍କୁ ଡାକ୍ତରଖାନା ଆସିବାକୁ ବାରଣ କରାଯାଇଛି। ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ। ଏହା ସହ ଏକ ସ୍ୱତନ୍ତ୍ର ଆପ୍ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ।  କାଜୁଆଲଟି ଓ ଇମର୍ଜେନସି ସେବା ଚାଲୁ ରହିବ। ଡାଏଲିସିସ୍ ଓ ରେଡିଓ ଥେରାପି ସେବା ଚାଲୁ ରହିବ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୫୭୭ କରୋନା ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୧୧ ହଜାର ପାର କରିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦୧ରେ ପହଞ୍ଚିଥିବା ବେଳେ ୭୦୦୬ ଜଣ ସୁସ୍ଥ ହୋଇ ସାରିଲେଣି। ୪୧୨୮ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Related story